ସତ୍ୟବାଦୀରେ ୨୩ କରୋନା ସଂକ୍ରମଣ ଚିହ୍ନଟ
In fact, it is worse then worthless, it consumes time and resources but returns no sales
ସାକ୍ଷୀଗୋପାଳ------ ସତ୍ୟବାଦୀରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟାବୃଦ୍ଧି ପାଇବାରେ ଲାଗିଛି । ୧୧ ତାରିଖଦିନ୧୧୫ଜଣ କରୋନା ଟେଷ୍ଟ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ ଜଣ କରୋନାରେ ସଂକ୍ରମଣ ଥିବା ଜଣାପଡିଛି । ପ୍ରତିଦିନ ସାକ୍ଷୀଗୋପାଳ ମେଡିକାଲକୁ ଜ୍ୱର, ଥଣ୍ଡା ରୋଗୀଙ୍କ ସଂଖ୍ୟା ବଡିବାରେ ଲାଗିଛି । କିଛି ରୋଗୀଙ୍କୁ ଡାକ୍ତର କରୋନା ଟେଷ୍ଟ କରିବା ପାଇଁ କହିବାରୁ ସେମାନେ କେବଳ ଔଷଧ ନେଇ ପଳାଉଥିବାର ଜଣାପଡିଛି । ନଚେତ ରୋଗିଙ୍କ ସଂଖ୍ୟା ଆହୁରି ବଡନ୍ତା ବୋଲି ଜଣାପଡିଛି । ସତ୍ୟବାଦୀରେ ତୁରନ୍ତ କୋଭିଡ ମେଡିକାଲ ଖୋଲିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୨---୭,୦୫ Sakhigopal News, 12/1/2022


