ads

Breaking News

ଓଡଗାଁ ବ୍ଳକ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ


Odgaon Block Congress Zilla Parishad candidate selection
 
ଓଡ଼ଗାଁ ---ଆଜି ଶରଣକୁଳ ମା ଝାଡେଶ୍ଵରୀଙ୍କ ପୀଠରେ ଓଡ଼ଗାଁ ବ୍ଳକ କଂଗ୍ରେସର ରଣପୁର ନିର୍ବାଚନ ମଣ୍ଡଳୀର ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ଗାଁ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ରଣପୁର ନିର୍ବାଚନ ମଣ୍ଡଳୀର ଜିଲ୍ଲାପରିଷଦ ୩   ନଂଜୋନ ଏବଂ ୪ ନଂଜୋନ ପାଇଁ ପ୍ରାର୍ଥୀ ଚୟନ କରାଯାଇଛି। ୩ ନଂ ଜୋନ ପାଇଁ ଶ୍ରୀମତୀ ସମ୍ମିତା ଦାଶ ଓ ୪ନଂ ଜୋନ ପାଇଁ ଶ୍ରୀମତୀ ରୁନା ବିଶୋଇଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି।
       ଉକ୍ତ ସଭାରେ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ହୁସେନ ଖାଁ, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ  ରଣଜିତ କୁମାର ଦାସ, ରାଜ୍ୟ ଯୁବ ଆଇଏନଟିୟୁସି ସଭାପତି  ସତ୍ୟବ୍ରତ ନାୟକ, ନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି  କମଳ ଲୋଚନ ସାହୁ, ରଣପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀନୀ ନାରୀନେତ୍ରୀ ଶ୍ରୀମତୀ ଶୁଭଶ୍ରୀ ପଣ୍ଡା, ନୟାଗଡ଼ ଜିଲ୍ଲା ଯୁବ କଂଗ୍ରେସର କାର୍ଯକାରୀ ସଭାପତି ଦୟ  ପ୍ରତୀକ ମହାପାତ୍ର ଏବଂ  ମୀର ଅବଦୁଲ ଶିଦ୍ଧିକ,ରଣପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି  ଅଶୋକ କୁମାର ମହାପାତ୍ର ଏବଂ ନୟାଗଡ ଜିଲ୍ଲା କଂଗ୍ରେସ ସେବା ଦଳର ସଂଯୋଜକ  ବିମଳ କୁମାର ଦାସ, ଜିଲ୍ଲା କଂଗ୍ରେସ ଉପ ସଭାପତି  ମଦନ ମୋହନ ବିଶୋଇ ଓ ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକ  ପ୍ରଫୁଲ ପାଟଶାଣୀ, ରମେଶ ଚନ୍ଦ୍ର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ପ୍ରଭାତ କୁମାର ପୃଷ୍ଟି , ରବି ନାରାୟଣ ମହାନ୍ତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନଙ୍କୁ ବିଜୟ କରିବା ପାଇଁ ଶପଥ ନେଇଛନ୍ତି। ଉପସ୍ଥିତ କଂଗ୍ରେସ ନେତା ମାନେ ରାଜ୍ୟ ବିଜେଡି ସରକାର ଓ କେନ୍ଦ୍ର ବିଜେପି ସରକାର ଙ୍କ ଜନମାରଣ ନୀତିକୁ ତିବ୍ର କଟୁ ସମାଲୋଚନା କରିଥିଲେ। ଓଡ଼ଗାଁ ରୁ ଦୀଲ୍ଳିପ କୁମାର ବିଶୋଇଙ୍କ ରିପୋର୍ଟ , ୧୩/୧/୨୦୨୨ ---୮,୧୫ Sakhigopal News,13/1/2022

ads

Blog Archive

Popular Posts