ads

Breaking News

ମଙ୍ଗଲୁ ଯେଡେ ବଡ଼ ଲେଖକ, ସେଡେ ବଡ଼ ପାଠକ ଥିଲେ

As great as Manglu was, he was a great reader.
ବରଗଡ଼----  ବରଗଡ ଜିଲ୍ଲା ମନୋହର ସାଂସ୍କୃତିକ ସଂସଦ ର ବରଗଡ ଠାରେ ମଂଗଲୁ ଚରଣ ବିଶ୍ଵାଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। 
ଏ ମାଟିର ବରପୁତ୍ର ପ୍ରଖ୍ୟାତ ସାରସ୍ୱତ ସାଧକ ମଙ୍ଗଲୁ ଚରଣ ବିଶ୍ୱାଲ ଯେତିକି ବଡ଼ ଲେଖକ୍ ଥିଲେ ସେତିକି ବଡ଼ ପାଠକ ମଧ୍ୟ ଥିଲେ । ଏକାଧାରରେ ଜଣେ ଦରଦୀ ମଣିଷ, ବିଦଗ୍ଧ ପାଠକ, ସଚ୍ଚା ଶିକ୍ଷକ, ହୃଦୟ ଗ୍ରାହୀ ଲେଖକ ଭାବରେ ତାଙ୍କ ଖ୍ୟାତି ଥିଲା  ସୁଦୂରପ୍ରସାରୀ । ତାଙ୍କ କବିତାରେ ଗୁଞ୍ଜନ, କାହାଣୀରେ କମ୍ପନ, ନାଟକରେ ଆବେଦନ ଓ ପ୍ରବନ୍ଧରେ ଗଭୀର ଅନୁଶୀଳନ ପାଠକଙ୍କୁ ବିମୋହିତ କରିଥାଏ । ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ଲେଖନୀ ଚାଳନା କରିଥିଲେ ମଧ୍ୟ ମାତୃଭାଷା ସମ୍ବଲପୁରୀ ପ୍ରତି ତାଙ୍କ ରହି ଥିଲା ଗଭୀର ଶ୍ରଦ୍ଧାଶୀଳତା ବୋଲି ଅନୁଷ୍ଠିତ  ସ୍ମୃତି ସଭାରେ ବକ୍ତା ଗଣ ମତବ୍ୟକ୍ତ କରିଥିଲେ । କୋଭିଟ୍ କଟକଣା କୁ କଡା କଡ଼ି ଭାବେ ପାଳନ କରାଯାଇଥିଲା ।  ସଭା କାର୍ଯ୍ୟ କୁ ମନୋହର ସଂ।ସ୍କୃତିକ ସଂସଦ  ଭେଡେନର ସଭାପତି ଉତ୍ପନ୍ନ  କୁମାର ଭୋଇ  ଆବାହକତ୍ଵରେ ତଥା ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଲୋକ କବି ପଦ୍ମଶ୍ରୀ ଡ଼ .ହଳଧର ନାଗ,ଔପନ୍ୟାସିକ ଧନପତି ମହାପାତ୍ର, ଅଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ, ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ, କଥାକାର ତେଜରୁ ବାରିକ, ସାମାଜିକ କର୍ମୀ ରାଜେନ୍ଦ୍ର ହୋତା, ଅଧ୍ୟାପକ ସୁଭାଷ ଚନ୍ଦ୍ର ଭୁଏ, କବି ଉମେଶ ପ୍ରଧାନ, କବି ତରଣୀସେନ ଗୁରୁ, ଅଭିନେତା ରମେଶ ଗୁର୍ଲା, ମାନସ ରଞ୍ଜନ ଦାଶ, ଲକ୍ଷ୍ମଣ ମଲ୍ଲିକ, ଗୁଣନିଧି ଭୋଇ ପ୍ରମୁଖ ଦିବଂଗତ ସାରସ୍ୱତ ସ୍ରଷ୍ଟାଙ୍କ ବହୁମୁଖୀ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଏହି ବୈଠକକୁ ମିଳିତ ଭାବରେ ଆୟୋଜନ କରିଥିଲେ ମନୋହର ସାଂସ୍କୃତିକ ସଂସଦ୍ ଭେଡେନ, ସମ୍ବଲପୁରୀ ସାହିତ୍ୟ ପରିଷଦ ବରଗଡ଼, ଲୁ ନାଟ୍ୟ ସଂସଦ ପଦ୍ମପୁର, ଉକିଆ ସାହିତ୍ୟ ସଂସଦ ବରଗଡ଼, ଶ୍ରୀଧର ସାହିତ୍ୟ ସଂସଦ ଦଶମାଇଲ, ବାସପତ୍ରି କଳାପଟା ସାହିତ୍ୟ ସଁହଁରାଟିକ୍ରା, ଭାରତ ବିକାଶ ପରିଷଦ ବରଗଡ଼ ଓ ମୟୁର କଳା ପରିଷଦ ପଧାନ ଟିକ୍ରା ଭେଡେନ ।ଶେଷରେ କବି ଗୋପାଳ ଭେସ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧/୨୦୨୨---୧୦,୨୫  

 Sakhigopal News,14/1/2022

ads

Blog Archive

Popular Posts