ads

Breaking News

ଖାଦ୍ୟ ବିଷାକ୍ତକରଣ ସନ୍ଦେହ.ଗୋଟିଏ ପରିବାରର ୩ ଅସୁସ୍ଥ , ଚିକିତ୍ସାଧୀନ ଅବସ୍ଥାରେ ପୁଅ ର ମୃତ୍ୟୁ

Suspicion of food poisoning. Three members of a family died while their son was ill.
ଭଞ୍ଜନଗର ---ମକର ସଂକ୍ରାନ୍ତି ପାଇଁ ଘରେ ଘରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଗଂଜାମ ଭଂଜନଗର ନିକଟ ବୁଦୁଲି ଗାଁ ର  ଗୋଟିଏ ପରିବାରରେ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ମା' ଓ ଭଉଣୀ ସହ ବୁଦୁଲି ଗାଁ  ମାମୁ ଘରକୁ ଆସିଥିଲେ । ତେବେ କୈାଣସି ଖାଦ୍ୟ ଖାଇବା ପରେ  ମା'   ୭ ବର୍ଷ ର ପୁଅ ଏବଂ ୪ ବର୍ଷର ଝିଅ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ସମସ୍ତ ଙ୍କ ର ବାନ୍ତି ହୋଇଥିଲା । ନିକଟସ୍ଥ ମୁଜାଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ସମସ୍ତଙ୍କୁ ଭଂଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ୭ ବର୍ଷର ପୁଅର ମୃତ୍ୟୁ ହୋଇଥିଲା । ଏବଂ ଝିଅ ଓ ମା' ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଖାଦ୍ୟ ରେ କୈାଣସି କୀଟାଣୁ ପଡ଼ି , ବିଷକ୍ରିୟା ଯୋଗୁଁ ଏଭଳି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ସଂପୃକ୍ତ ପରିବାର ର ନିଜଘର  ବେଲଗୁଣ୍ଠା ଥାନା ଅନ୍ତର୍ଗତ ପନ୍ଥିଖାରୀ ଗ୍ରାମରେ । ମକର ସଂକ୍ରାନ୍ତି ପାଇଁ ସେମାନେ ମାମୁ ଘର ବୁଲିବାକୁ ଆସିଥିଲେ । ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧/୨୦୨୨----୧୦,୩୦   Sakhigopal News,14/1/2022

ads

Blog Archive

Popular Posts