ads

Breaking News

ରାସ୍ତା କଡ଼ରୁ ମୃତ ଦେହ ଉଧାର , ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଜାରି

The body was recovered from the roadside, and a scientific team is investigating
 
ଭଞ୍ଜନଗର---  ଗାଙ୍ଗପୁର ଥାନା ଅନ୍ତର୍ଗତ ନାହାଡା ଗାଁ ନିକଟ ରାସ୍ତାକଡରୁ ଏକ ମୃତ ଦେହ  ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ  । ଖବରପାଇ ଘଟଣା ସ୍ଥଳରେ  ଗାଙ୍ଗପୁର ଥାନା ପୋଲିସ ପହଞ୍ଚିଥିଲା। ପ୍ରଥମେ ପରିଚୟ ଜଣାପଡିନଥିଲା । ମୃତକର ମୁହଁରେ  ଆଘାତ ଲାଗିଥିବା କାରଣରୁ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲେ । ପରବର୍ତ୍ତୀ ସମୟରେ ଜଣା ପଡିଲା ମୃତକ ଜଣକ  ମାନସିକ ବିକୃତ ଓ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବୋରିପଦର ଗାଁ ର ଭାସ୍କର ନାୟକଙ୍କ ପୁଅ ବୁଲୁ ନାୟକ । ପରିବାର ଲୋକେ ଖବରପାଇ ଘଟଣା ସ୍ଥଳରେ ତାଙ୍କୁ ଚିହ୍ନଟ କରିଥିଲେ ।  ଗତ ପ୍ରାୟ ୧୫ ବର୍ଷ ହେଲା ପାଗଳ ଅବସ୍ଥା ରେ ଗାଁ କୁ ଗାଁ ବୁଲୁଥିଲା ବୁଲୁ । ତେବେ  ସେ କିଭଳି ଆହତ ହେଲା ଏବଂ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହେଲା  ସେ ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରମାଣ ପାଇବା ପାଇଁ  ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଛି ପୋଲିସ । ମୃତ ଦେହକୁ ଜବତ କରି ଭଂଜନଗର ମେଡିକାଲ ରେ ବ୍ୟବଛେଦ କରିଛି ପୋଲିସ ।  ଏନେଇ ଗାଙ୍ଗପୁର ଥାନା କେଶ୍ ନମ୍ବର ୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ନେଇ  ଥାନାଧିକାରୀ ଦେବୀ କୁମାର ଗମାଙ୍ଗ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧/୨୦୨୨-----୮,୩୦  
Sakhigopal News,11/1/2022

ads

Blog Archive