ପୋଖରୀରେ ବୁଡି ଯୁବକର ମୃତ୍ୟୁ
A young man drowned in a pond
ଭଞ୍ଜନଗର-- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗାଁ ନିକଟରେ ଥିବା ବାଘ୍ର୍ୟାଦେବୀ ମନ୍ଧିର ପାର୍ଶ୍ୱ ପୋଖରୀ ରେ ବୁଡି ଯୁବକର ମୃତ୍ୟୁ ହୋଇଯାଇଛି। ସେ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଚିତ୍ରସେନ ନାଇକଙ୍କ ପୁଅ ଜଗା ନାଇକ । ଖବର ନେବାରେ ଜଗା କିଛି ଦିନ ହେଲା ଶଶୁର ଘର କୁଲାଡ ଗ୍ରାମର ନବ ନାଇକ ଙ୍କ ଘରକୁ ଶୁଭ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ । ଗୁରୁବାର ସକାଳୁ ଗାଁ ନିକଟ ବାଘ୍ର୍ୟାଦେବୀ ପାର୍ଶ୍ୱ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ । ବହୁ ସମୟ ଧରି ଜଗା ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ତା ସତ୍ବେ ଜଗାର କୈଣସି ପତ୍ତା ମିଳିନଥିଲା ।ଅପରାହ୍ନ ପ୍ରାୟ ୧୨ଟା ସମୟରେ ଗ୍ରାମ ନିକଟ ପୋଖରୀରେ ଜଗାର ମୃତଦେହ ଭାସୁଥିବାର ଗ୍ରାମର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଜଗାର ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ମୃତଦେହ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରିଥିଲେ । ଚିକିତ୍ସା କରୁଥିବା ଡାକ୍ତର ଜଗାକୁ ମୃତ୍ୟୁ ଘୋଷଣା କରିଥିଲେ । ଭଞ୍ଜନଗର ପୁଲିସ ଖବର ପାଇ ଚିକିତ୍ସାଳୟରେ ପହଞ୍ଚି ମୃତ୍ୟୁ ଜଗାର ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଧିରେଶ କୁମାର ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୩/୧/୨୦୨୨----୮,୧୦
Sakhigopal News,13/1/2022



