ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଉଦ୍ଧାରକରି ପରିବାରକୁ ହସ୍ତାନ୍ତର
ଜଟଣୀ --ଖୋର୍ଦ୍ଧାରୋଡ ରେଳମଣ୍ଡଳ ସୁରକ୍ଷା ବଳ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାରକରି ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଖବର ମୁତାବକ ଆର. ଭି. ଏସ. ଏସ.ଜଗା ରାଓ 53, ଅବିଦ ନଗର, ଭୀଶାଖାପାଟଣା, ଆନ୍ଦ୍ରପ୍ରଦେଶର ମାନସୀ ବିକାର ଯୋଗୁ ନିଜ ଘରୁ କେଉଁ ଆଡେ ପଳାଇ ଯାଇଥିଲେ । ତେବେ ଉକ୍ତ ନିରୁଦ୍ଧିଷ୍ଟ ବ୍ୟକ୍ତି ଖୋର୍ଦ୍ଧା ରୋଡ ରେଳଷ୍ଟେସନରୁ ଉତ୍ତରପ୍ରଦେଶର ବାରାଣାସିକୁ ଯିବା ନିମନ୍ତେ ଏକ ଟ୍ରେନ ଟିକେଟ କରିଥିବା ମେଶେଜ ପରିବାର ଲୋକେ ପାଇଥିଲେ । ମେସେଜ ପାଇବା ସଂଗେ ସଂଗେ ଖୋର୍ଦ୍ଧାରୋଡ ରେଳବାଇ ସୁରକ୍ଷା ବଳ କଂଟ୍ରୋଲ ରୁମକୁ ଯୋଗାଯୋଗ କରି ସମସ୍ତ ଘାଟଣା ଜଣାଇଥିଲେ । ଏହାପରେ ଖୋର୍ଦ୍ଧାରୋଡ (ଜଟଣୀ ) ଆରପିଏଫ ପୋଷ୍ଟର ଏଏସଆଇ ଏନଏଲ. ସରିନ, ଏସଆଇ ଏଲଡି. ସିଲଭା ଏକ ଟିମ ଗଠନକରି ଖୋର୍ଦ୍ଧାରୋଡ ରେଳଷ୍ଟେସନ ପରିସରରେ ଛାନଭିନ୍ କରି ଉକ୍ତ ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କୁ ଷ୍ଟେସନର ଏକ ନମ୍ବର ପ୍ଲଟଫର୍ମରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୨/୧/୨୦୨୨----୮,୪୦ Sakhigopal News,12/2/2022



