ads

Breaking News

ରେଳ ସୁରକ୍ଷାବଳ ଓ ଜିଆରପିର ମିଳିତ ଭାବେ ୨୪ କିଲୋ ୯ଶହ ଗ୍ରାମ ଗଞେଇ

The railway security forces and the GRP jointly counted 28 kilograms and 400 grams


ଜଟଣୀ ------ ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ଆରପିଏଫକୁ ମିଳିଲା ଆଉ ଏକ ସଫଳତା। ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା କରିବା ପାଇଁ ନିଶା ବେପାରୀ ମାନେ ଟ୍ରେନ ଯାତ୍ରାକୁ ବର୍ତ୍ତମାନ ସୁରକ୍ଷିତ ମନେ କରିଛନ୍ତି। ଅନେକ ସମୟରେ ନିଶା ବେପାରୀ ମାନେ ଟ୍ରେନ ଯୋଗେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି। ଆରପିଏଫର ଏସ୍ଟିଏଫର କର୍ମଚାରୀଙ୍କ ପାଇଁ ଗଞ୍ଜେଇ ଚୋରା ଚାଲାଣ ଯୋଜନା ଆଜି ଫେଲ ମାରିଛି। ସୂଚନା ଅନୁଯାୟୀ ଆଜି ଭୋର  ୩,୪୫ମିନିଟ ସମୟରେ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଏସଟିଏଫର ଯବାନ ଜଣେ ଲୋକ ଦୁଇଟି ଟ୍ରଲି ବ୍ୟାଗ ଧରି ବୁଲୁଥିବାର ଦେଖି ସନ୍ଦେହ କରି ପିଛା କରିଥିଲେ। ବେପାରୀ ଜଣଙ୍କ ପୋଲିସ ହାତରେ ଧାରା ପଡିଯିବା ଭୟରେ ଦୁଇଟ୍ରଲି ବ୍ୟାଗ କୁ ୪ନମ୍ୱର ପ୍ଲାଟଫର୍ମ ରେ ଛାଡି କେଉଁଆଡ଼େ ପଳେଇଥିଲେ। ଏହାପରେ ଆରପିଏଫ ଉକ୍ତ ଦୁଇଟି ବ୍ୟାଗକୁ ଖୋଲି ଦେଖିବାରୁ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ବ୍ୟାଗ ରୁ ୨୪କେଜି ୯୦୦ଗ୍ରାମର ଗଞ୍ଜେଇ ଥିବାର ଜଣାପଡିଛି ଏହାର ମୂଲ୍ୟ ୨ ଲକ୍ଷ ୪୯ହଜାର ଟଙ୍କା ହେବ ବୋଲି କହିଛନ୍ତି ଆରପିଏଫ ଅଧିକାରୀ ମୁନୁ କୁମାର ଶର୍ମା.ଜବତ ଗଞ୍ଜେଇ ବ୍ୟାଗ କୁ ଜିଆରପି କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଖୋର୍ଦ୍ଧାରୋଡ (ଜଟଣୀ )ଜିଆରପି ୫/୨୨ରେ NDPC act ରେଏକ କେସ ରୁଜୁ କରିଥିବା ସୂଚନା ମିଳିଛି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୧/୨୦୨୨--୯,୧୫ 
Sakhigopal News,12/1/2022

ads

Blog Archive

Popular Posts