ads

Breaking News

ଅନ୍ତରାଜ୍ୟ ଠକ ଗିରଫ; ଚାକିରୀ କରେଇଦେବା କହି ଲକ୍ଷାଧିକ ଟଙ୍କା ଲୁଟ

Interstate fraud; Looting millions of dollars to get jobs

ରଣପୁର-----ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ ଦ୍ୱାରା ଆନ୍ତଃରାଜ୍ୟ ଠକେଇ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି । ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସାରା ରାଜ୍ୟରେ ସରକାରୀ ଚାକିରୀର ଘୋର ଅଭାବ ଥିଲାବେଳେ ଯାହାକିଛି ସରକାରୀ ଚାକିରୀ ବିଜ୍ଞାପନ ବାହାରୁଛି ସେହି ଚାକିରୀକୁ ନେଇ ଠକ ମାନେ ମୂଲଚାଲ କରି ଠକେଇ କରିଚାଲିଛନ୍ତି । ନିକଟ ଅତୀତରେ ରାଜସ୍ୱ ଅଧିକାରୀ ଓ ଅତିରିକ୍ତ ପୋଲିସ ନିରୀକ୍ଷକ ପଦବୀ ପାଇଁ ବିଜ୍ଞାପନ ବାହାରିଥିଲା । ଗତ ଜାନୁଆରୀ ୧୧ ତାରିଖରେ ରଣପୁର ହଂସରା ଗ୍ରାମର ରାଜୀବ କୁମାର ପ୍ରଧାନ ଠକେଇର ଶୀକାର ହୋଇଥିବା ରଣପୁର ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ନୟାଗଡ ଆରକ୍ଷୀ ନିରୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦେଶକ୍ରମେ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ତତ୍ୱାବଧାନରେ ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଓ ଉପ ନିରୀକ୍ଷକ ବିନୟ ପରିଡାଙ୍କୁ ନେଇ ଏକ ଦଳ ଗଠନ କରାଯାଇଥିଲା । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଁ ଅଭିଯୁକ୍ତ ମାନସ ସେନାପତି ରଣପୁର ଉପର ସଡକ ଦେଇ ଯାଉଥିବା ବେଳେ ଅଭିଯୁକ୍ତ ମାନସକୁ ଗିରଫ କରାଯିବା ସହ ତାର ବ୍ୟବହାର କରୁଥିବା କାର ଓଡି ୩୩ ଜେଡ୍ ୪୯୮୮ କୁ ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ ମାନସ ଠାରୁ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯାଇଥିବା ପୋଲିସ ଠାରୁ ସୂଚନା ମିଳିଛି । ପୋଲିସ ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତିଙ୍କ ଠାରୁ ସୂଚନା ଅନୁଯାଇ ଏହି ଠକେଇରେ ଅଭିଯୁକ୍ତ ମାନସ ସହ ଏକ ଦଳ ସାମିଲ ଅଛନ୍ତି । ଏହି ଦଳ ସାରା ଓଡିଶାରେ ଏହିଭଳି ଠକେଇ କାର୍ଯ୍ଯ କରୁଥିବା ତଦନ୍ତ ବେଳେ ସୂଚନା ମିଳିଛି । ଅଭିଯୁକ୍ତ ମାନସକୁ ଅଦାଲତ ଚାଲାଣ କରିବା ପରେ ଜମିନ୍ ଆବେଦନ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।


 ରଣପୁରରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ, ୧୨/୧/୨୦୨୨---୧୦,୧୦ Sakhigopal News,12/1/2022 

ads

Blog Archive

Popular Posts