ବଲାଙ୍ଗୀରରେ କୁଆ ପଥର ବର୍ଷା, ଚାଷୀଙ୍କ ଫସଲ ନଷ୍ଟ; କ୍ଷତିପୂରଣ ଦାବିକଲେ ପୂର୍ବତନ ମନ୍ତ୍ରୀ
Well stone rains in Balangir, farmers' crops destroyed; The former minister has demanded compensation
ବଲାଙ୍ଗୀର ----ଅଦିନିଆ ବର୍ଷା ରେ ବେହାଲ ହୋଇ ପଡିଛି ସଇଁନ୍ତଳା ଅଞ୍ଚଳ।ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକରଘୁନସର,ମହଗା,ବୁଢାବାହାଲ,ଡେଙ୍ଗ, କୁମ୍ଭାରୀ,କନ୍ଦକେଲଗାଁ ଓ କେରମେଲି ଭଳି ଅନେକ ସ୍ଥାନରେ ଝଡ଼ ତୋଫାନ ହୋଇଥିବା ସହ କୁଆ ପଥର ବର୍ଷା ମଧ୍ୟ ହୋଇଛି। ଯାହା ଫଳରେ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇ ଯାଇଛି।ଚଲିତ ବର୍ଷ ମରୁଡି ଆଶଙ୍କା ନେଇ ଧାନ ଫସଲ ଭଲ ହୋଇନଥିବା ବେଳେ ସଇଁତଲା ଅଞ୍ଚଳର ଚାଷୀ ଶତାଧିକ ଏକର ମୁଗ,ବିରି,ସୋରିଷ, ଟମାଟୋ, ବାଇଗଣ,କୋବି ଭଳି ଅନେକ ଚାଷ କରିଥିଲେ ତାହା ଅଦିନିଆ ବର୍ଷା ଯୋଗୁ ନଷ୍ଟ ହୋଇଯାଇଛି।
ଯାହାକୁ ନେଇ ଚାଷୀ ଦୁଃଖ ରେ ଭାଙ୍ଗି ପଡିଛି।ଏନେଇ ପୂର୍ବତନ ମନ୍ତି ସୁରେନ୍ଦ୍ର ସିଂ ଭୋଇ କ୍ଷତି ହୋଇଥିବା ଚାଷୀଙ୍କ ପାଖ କୁ ଯାଇ ବୁଝା ସୁଝା କରିବା ସହ ରାଜସ୍ୱ ବିଭାଗ ଓ କୃଷି ବିଭାଗ ମିଳିତ ଭାବେ ଆକଳନ କରି କ୍ଷତିପୂରଣ ସରକାର ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୧୨/୧/୨୦୨୨----୧୦,୨୦
Sakhigopal News,12/1/2022




