8 ଜଣ ନାବାଳକ ଶ୍ରମିକ ଉଦ୍ଧାର
ଜଟଣୀ ---ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳମଣ୍ଡଳ(ଜଟଣୀ ) ରେଳ ସୁରକ୍ଷା ବଳଙ୍କ ଦ୍ୱାରା ଖୀର୍ଦ୍ଧାରୋଡ ରେଳ ଷ୍ଟେସନରୁ ୮ ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ନାବାଳକ ଶ୍ରମିକ ଏବେ ଦ୍ରୁତ ଗତିରେ ବଢ଼ି ଚାଲିଛି । ନାବାଳକ ଶ୍ରମିକ ଚାଲାଣ ଯାହାର ଏକ ନମୁନା ଦେଖିବାକୁ ମିଳିଛି ଜଟଣୀ ଖୋର୍ଦ୍ଧାରୋଡ ଷ୍ଟେସନରେ । ସୂଚନା ମୁତାବକ ବିହାର ମୁଜାଫରପୁରରୁ ୟସବନ୍ତପୁରକୁ ଯାଉଥିବା ମୁଜାଫରପୁର ୟସବନ୍ତପୁର ଏକ୍ସପ୍ରେସ ଟ୍ରେନରେ ୮ ଜଣ ନାବାଳକ ଶ୍ରମିକ କାମ କରିବାକୁ ଯାଉଥିବା ଖବର ପାଇଥିଲା । ଆରପିଏଫର ର ଏସଟିଏଫ ଟିମ ସୂଚନା ପାଇବାପରେ ଏସଟିଏଫ ଟିମ କଟକ ଷ୍ଟେସନରୁ ସେହି ନାବାଳକଙ୍କ ଗତିବିଧି ଉପରେ ନଜର ରଖିଥିଲା। ଏସଟିଏଫର ସନ୍ଦେହ ହେବାରୁ ଜଟଣୀ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଆରପିଏଫ ଓ ଜିଆରପି ମିଳିତ ଭାବେ ସେହି ୮ ଜଣ ନାବାଳକଙ୍କୁ ପଚାର ଉଚୁରା କରିବାରୁ ସେମାନଙ୍କ ବୟସ ୧୫ ବର୍ଷ ରୁ ୧୬ବର୍ଷ ମଧ୍ୟରେ । ସେମାନେ ଶ୍ରମିକ କାମ କରିବାକୁ ଟ୍ରେନରେ ଯାଉଥିବାର ସ୍ୱୀକାର କରିଥିଲେ । ଏହି ନାବାଳକ ମାନଙ୍କୁ ନେଉଥିବା ଦଲାଲ କିନ୍ତୁ ଫେରାର ହେବାରେ ସକ୍ଷମ ହୋଇଥିବା ସମୟରେ ଖୋର୍ଦ୍ଧା ରୋଡ(ଜଟଣୀ ) ଆରପିଏଫ ଓ ଜିଆରପି ମିଳିତ ଭାବେ ୮ ଜଣ ନାବାଳକଙ୍କୁ ଉଦ୍ଧାର କରି ଖୋର୍ଦ୍ଧା CWC ଙ୍କୁ ହସ୍ତାନ୍ତର କରିଛନ୍ତି । ବର୍ତ୍ତମାନ ସମସ୍ତ ୮ଜଣ ନାବାଳକଙ୍କୁ ଖୋର୍ଦ୍ଧା ସାମନ୍ତରାୟପୁର ସ୍ଥିତ ଭୈରବୀ କ୍ଳବରେ ରଖାଯାଇଥିବା ସୂଚନା ମିଳିଛି
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୧/୨୦୨୨----୯,୧୦ Sakhigopal News,12/1/2022



