ଗୋପବନ୍ଧୁଙ୍କ ଜନ୍ମମାଟି ପରିଦର୍ଶନ କଲେଉତ୍ତରପ୍ରଦେଶ ମଥୁୁରା ଜିଲ୍ଲାର ପର୍ଯ୍ୟଟକ
ସାକ୍ଷୀଗୋପାଳ---- ଉତ୍ତରପ୍ରଦେଶ ମଥୁୁରା ଜିଲ୍ଲାରୁ ଶତାଧିକ ପୁରୁଷ ମହିଳା ମାନେ ରବିବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ପରିଦର୍ଶନ କରି ଖୁସି ମତବ୍ୟକ୍ତ କରିଛନ୍ତି । ପର୍ଯ୍ୟଟକ ମାନେ ପୁଣାତ୍ମାଙ୍କ ଷଠିଘରୁ ମାଟିଧୂଳି ମଥାରେ ମାରିଥିବାର ଦେଖାଯାଇଥିଲା । =ଜଗଦିଶ ପ୍ରସାଦ ଓ କ୍ରିଷ୍ଣାନଗର ବାଲପୁର କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷୟତ୍ରୀ ଇନ୍ଦିରା ମାଡାମଙ୍କ ନେତ୍ୃତ୍ୱରେ ୩ଟି ବସରେ ୧୬୫ଜଣ ପର୍ଯ୍ୟଟକ ଏଠାକୁ ଆସିଥିଲେ । ଗୋପବନ୍ଧୁଙ୍କ ଷଠିଘର ଓ ତାଙ୍କ କୂଳଦେବତା ଶ୍ରୀରାଧାବିନୋଦ ବିହାରୀଙ୍କୁ ଦର୍ଶନ କରିବା ସମୟରେ ପର୍ଯ୍ୟଟକ ମାନେ ରାଧେ କୃଷ୍ଣ, ରାଧେ କୃଷ୍ଣ କହି ନାଚ ଓ ଗୀତ ବୋଲିଥିଲେ । ପରେ ପରେ ଠାକୁରଙ୍କ ମନ୍ଦିର ପରିସରରେ ପୁଣାତ୍ମା ଗୋପବନ୍ଧୁଙ୍କ ସମ୍ପର୍କରେ ତାଙ୍କର ଦାୟଦ ଧୀରେନ୍ଦ୍ର ନାଥ ଦାସ ସୂଚନା ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଇନ୍ଦିରା ମାଡାମ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ । ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ହାତକୁ ନେବା ପରେ ଏତେ ସଂଖ୍ୟକ ପର୍ଯ୍ୟଟକ ଆସିବା ପ୍ରଥମ ଘଟଣା ବୋଲି ସନ୍ତୋଷ କୁମାର ଦାଶ, ରବୀନ୍ଦ ନାଥ ଦାଶ, ସୁଦାମ ଚରଣ ଦାଶ ଓ ତାରାକାନ୍ତ ଦାଶ ପ୍ରମୁଖ କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୧/୨୦୨୨
Sakhigopal News, 9/1/2022



