ପଶୁ ଚିକିତ୍ସାଳୟରେ ୫ମାସ ହେଲା ନାହାନ୍ତି ଚିକିତ୍ସକ, ପିଅନ କରୁଛନ୍ତି ଚିକିତ୍ସା, ଜାଂଳା ଭିଏସଙ୍କୁୁ ଜଟଣୀରେ ୪ଦାୟିତ୍ୱ
Veterinarians have not been in the veterinary clinic for 5 months, peonies are being treated, and wild VS is being held accountable.
ଜଟଣୀ----- ଜଟଣୀ ସହରରେ ରହିଥିବା ପ୍ରାଣୀଧନ ଚିକିତ୍ସାଳୟରେ ଦିର୍ଘ ୫ମାସ ହେଲା ନାହାନ୍ତି ଚିକିତ୍ସକ । ଜଟଣୀବ୍ଲକ ଅନ୍ତର୍ଗତ ଜାଂଳା ପଶୁ ଚିକିତ୍ସାଳୟରେ ଭିଏସ ଦାୟିତ୍ୱରେଥିବା ପ୍ରାଣୀଧନଧିକାରିଣୀଙ୍କୁ ଜଟଣୀ ପ୍ରାଣୀଚିକିତ୍ସାଳୟରେ ୪ଟି ପଦବୀର ଦାୟିତ୍ୱ ପ୍ରଦାନ କରାଯାଇଛି । ଫଳରେ ଚିକିତ୍ସକ ଜଣଙ୍କ ୪ଟି ପଦବୀଧରି କାର୍ଯ୍ୟକରୁଛନ୍ତି । ଯାହା ଫଳରେକି କୈାଣସି କାର୍ଯ୍ୟରେ ନିର୍ଦ୍ଧିଷ୍ଟ ସମୟରେ ଯୋଗଦେଇପାରନ୍ତି ନାହିଁ । ଜଟଣୀ ଚିକିତ୍ସାଳୟକୁ ଆସୁଥିବା ପଶୁପକ୍ଷୀମାନଙ୍କର ଚିକିତ୍ସା ପିଅନଙ୍କ ଦ୍ୱାରା କରାଯାଉଛି । ସବୁଠାରୁ ଗୁରୁତର ସମସ୍ୟା ହେଉଛି ଜଟଣୀ ସମେତ ୬ଟି ପଶୁ ଚିକିତ୍ସାଳୟରେ ଏଲ.ଆଇ ନାହାନ୍ତି । ଏଣୁ ଏପରି ସମସ୍ୟାକୁ ନେଇ ବିପଦରେ ନିରିହ ପଶୁପକ୍ଷୀମାନେ ବୋଲି ଅଭିଯୋଗ ହେଉଛି । ସୁଚନାନୁସାରେ, ଜଟଣୀ ସହରରେ ରହିଥିବା ପଶୁଚିକିତ୍ସାଳୟରୁ ଗତବର୍ଷ ଅଗଷ୍ଟ ୩୧ ତାରିଖରେ ରାଜକିଶୋର ନନ୍ଦ ଅବସରନେବା ପରେ ସେପ୍ଟେମ୍ବର ୧ତାରିଖରେ ଜାଂଳା ପଶୁଚିକିତ୍ସାଳୟର ପଶୁଚିକିତ୍ସକ ଡା. ରୋଜାଲିନ ଖଟୁଆ ଜଟଣୀ ଚିକିତ୍ସାକେନ୍ଦ୍ରର ଦାୟିତ୍ୱ ଗ୍ରହଣ କରିଥିଲେ । ଜାଂଳା ଏବଂ ଜଟଣୀ ପଶୁଚିକିତ୍ସାକେନ୍ଦ୍ରର ଏକ ସମୟରେ ଦାୟିତ୍ୱ ଦେବାପରେ ସମସ୍ୟାରେ ପଡିଛନ୍ତି ଚିକିତ୍ସକ ଡା. ରୋଜାଲିନ । ଏହାର କିଛିଦିନ ବ୍ୟବଧାନ ପରେ ଜାଂଳା ଭିଏସ ସହିତ ଜଟଣୀ ପଶୁଚିକିତ୍ସା କେନ୍ଦ୍ରର ଏମ.ଭି.ୟୁ, ବି.ଭି.ଓ ଏବଂ ଏବିଭିଓ ଇତ୍ୟାଦି ୪ଟି ଦାୟିତ୍ୱ ପ୍ରଦାନ କରାଗଲା । ଜଣେ ଅଧିକାରୀ ଉଚିତମାର୍ଗରେ ଗୋଟିଏ ପଦବୀକୁ ତୁଲାଇପାରୁନଥିବା ବେଳେ ଜଣେ ଅଧିକାରିଣୀଙ୍କୁ ଏକସଙ୍ଗେ ୪ଟି ଦାୟିତ୍ୱ ପ୍ରଦାନ କରିବା ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ଜଟଣୀବାସୀ କହିଛନ୍ତି ।= ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ସମସ୍ୟା ହେଉଛି ଜଟଣୀ ପଶୁଚିକିତ୍ସାଳୟରେ(ଲାଇଫ ଷ୍ଟକ ଇନସପେକ୍ଟର) ଏଲ.ଆଇ ପଦବୀ ଦିର୍ଘଦିନରୁ ଖାଲିପଡିଛି । ଏଲ.ଆଇ ମାଧ୍ୟମରେ ଗ୍ରାମାଚଂଳ ଓ ସହରାଚଂରେ ପଶୁପକ୍ଷୀମାନଙ୍କର ଚିକିତ୍ସା କରାଯାଇଥାଏ । ତେଣୁ ଏହି ପଦବୀ ଖାଲିପଡିଥିବାରୁ ଅବସରପ୍ରାପ୍ତ ଏଲ.ଆଇ ସହାୟତାରେ ଗ୍ରାମାଚଂଳ ଓ ସହରାଚଂଳ ଗୃହପାଳିତ ପଶୁପକ୍ଷୀମାନଙ୍କର ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କଲାଗି ସରକାରୀ ଯୋଜନା ଓ ଅନ୍ୟାନ୍ୟ ସହାୟତାର କାର୍ଯ୍ୟନିର୍ବାହୀଭାବେ କାର୍ଯ୍ୟ ତୁଲାଇଥାନ୍ତି । ତେଣୁ ଅନେକ ସମୟରେ ପଶୁମାନଙ୍କର ଜରୁରି ଚିକିତ୍ସା ସଠିକଭାବେ ହୋଇପାରିନଥାଏ । ଦିର୍ଘଦିନରୁ ଏହି ଏଲ.ଆଇ ପଦବୀ ଖାଲି ପହିଥିବା ବେଳେ ଅଧିକାରୀ ନିଯୁକ୍ତ ହୋଇନାହିଁ । କେବଳ ଜଟଣୀ ପଶୁଚିକିତ୍ସାଳୟ ନୁହେଁ ଏହି କ୍ରମରେ ଜଟଣୀବ୍ଲକ ଅନ୍ତର୍ଗତ ଜାମୁକୋଳି,ତରାବୋଇ,କୁଦିଆରୀ, କୁସୁମାଟି ଛଣଘର ପ୍ରଭୃତି ଚିକିତ୍ସାଳୟରେ ଏଲ.ଆଇ ନାହାନ୍ତି । ରାଜ୍ୟବାସୀଙ୍କ ପାଇଁ ସରକାର ପଶୁପାଳନ ଉପରେ ଅନେକ ଯୋଜନା ପ୍ରଦାନ କରିଥିବା ବେଳେ କର୍ମଚାରୀ ନିଯୁକ୍ତଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଜଟଣୀବାସୀ ଦାବି କରିଛନ୍ତି । ଅନ୍ୟପଟେ ମୂଖ୍ୟମନ୍ତ୍ରୀ ପଶୁଚିକିତ୍ସାଳୟଗୁଡିକରେ ୫ଟି ମନ୍ତ୍ର କର୍ମଚାରୀମାନଙ୍କୁ ଦେଇଛନ୍ତି । ଟିମ ୱାର୍କ, ଟ୍ରାନ୍ସପ୍ୟାରେନ୍ସି,ଟେକ୍ନୋଲୋଜି,ଟ୍ରାନ୍ସଫାମିଂ ଓ ଟାଇମ ଲିମିଟ ମାଧ୍ୟମରେ କାର୍ଯ୍ୟକରିବାକୁ ନିର୍ଦ୍ଧେଶନାମା ଜାରିକରିଛନ୍ତି । ତେଣୁ ଜଟଣୀ ପଶୁଚିକିତ୍ସାଳୟରେ ଖାଲିପଡିଥିବା ପଦବୀଗୁଡିକୁ ପୁରଣ କରିବାକୁ ଜଟଣୀବାସୀ ଦାବି କରିଛନ୍ତି ।
ଜଟଣୀରୁ ରଙ୍ଗନାଥଙ୍କ ବେହେରାଙ୍କ ରିର୍ପୋଟ. ୯/୧/୨୦୨୨----୭,୫୫ Sakhigopal News, 9/1/2022


