ads

Breaking News

ଗୁଡୁପାଇଲେ ଗ୍ରାମରେ ଶ୍ରୀରଘୁନାଥଜୀଉ ଦିବ୍ୟସତସଙ୍ଗ ପରିଷଦର ୪ର୍ଥ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ

The 4th annual function of Sriraghunathjiu Divyasatsang Parishad is being held in Gudupile village.

 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଡୁପାଇଲୋ ଗ୍ରାମରେ ୪ର୍ଥ ବାର୍ଷିକ ଶ୍ରୀରଘୁନାଥଜୀଉ ଦିବ୍ୟସତସଙ୍ଗ ପରିଷଦର ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣାସ ତହସିଲଦାର ଲକ୍ଷ୍ମୀଧର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାର୍ଲ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନଜୀବୀ ରସ୍ତାନ୍ତ କିଶୋର ପରିଡା ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭବେ ଡ.ତପନ କୁମାର ଦାଶ, ସମ୍ମାନୀୟ ଅତିଥି ଭାବେ ଗୁଆଳିପଡା ଗ୍ରାମ ପଞ୍ଚାୟତର ସରପଞ୍ଚ କାଳନ୍ଦୀ ଚରଣ ଜେନା, ସହ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା, ପ୍ରାକ୍ତନ ସହ ଶିକ୍ଷା ଅଧିକାରୀ ବ୍ରଜ କିଶୋର ଜେନା, ଶିକ୍ଷକ ପ୍ରଫୁଲ କୁମାର ସାହୁ, ସର୍ବେଶ୍ୱର ପ୍ରଧାନ, ହରିହର ଜେନା ଓ ପ୍ରାକ୍ତନ ଡେଲାଙ୍ଗ ବ୍ଳକ ଶିକ୍ଷା ଅଧିକାରୀ ଦ୍ୱିତୃୀକାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇ ଗ୍ରାମ ମାନଙ୍କରୁ ହୀନ ରାଜନୈତିକ ଯୋଗୁ ଏବେ ଭାଇଚାର କମି କମିଯାଉଛି । ଏହି କାର୍ଯ୍ୟକ୍ରମ ହେଉଛି ଭାଇଚାରର ସମ୍ପର୍କ ଯୋଡିବା ପାଇଁ ବାଟ । ଏହି ଅବସରରେ ଗ୍ରାମର ବୟୋଜ୍ୟେଷ୍ଠା ୪ଜଣ ମାଙ୍କୁ ପୁଜ୍ୟପୁଜା ସମ୍ମାନରେ ଅନୁଷ୍ଠାନ ପକ୍ଷରୁ ସମ୍ମଦ୍ଧିତ କରାଯାଇଥିଲା । ଶ୍ରୀଚରଣ ସୃୁତି ପରିଷଦ ଗୁଡୁପାଇଲେ ପକ୍ଷରୁ କରୋନା ମୁକାବିଲା ରେ ଭାରତ =ବର୍ଷର ଭୂମିକା ଶ୍ରୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଗ୍ରାମବାସୀ ମାନଙ୍କ ମଧ୍ୟରେ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ମାନଙ୍କୁ  ଅନୁଷ୍ଠାନ ପକ୍ଷରୁ ମାନପତ୍ର , ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା । ସେହିପରି ଡେଲାଙ୍ଗ ବ୍ଳକର ବିଭିନ୍ନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ସୁଧୀର କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ମିଟୁ କିଶୋର ପ୍ରଧାନ, ଦ୍ୱୀଲିପ କୁମାର ନାୟକ =କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କଣାସ ତିଗିରିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ ।   


ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୯/୧/୨୦୨୨--- ୭,୪୦  

 Sakhigopal News, 9/1/2022

ads

Blog Archive