ads

Breaking News

ଲକ୍ଷ୍ମୀ ନାରାୟଣଙ୍କ ସୁରକ୍ଷା କମିଟିର ନୂତନ କର୍ମକର୍ତ୍ତା ଚୟନ

Laxmi Narayan's selection of new security committee staff ସାକ୍ଷୀଗୋପାଳ---- କବିରାଜପୁର ଠାରେ ପାଞ୍ଚଗାଁ କୋଠ ଲକ୍ଷ୍ମୀନାରାୟଣ  ସୁରକ୍ଷା କମିଟିର ସାଧାରଣ ଅଧିବେଶନ ସହିତ ପହିଲି ଭୋଗ  ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ କୋଭିଡି ଗାଇଡି ଲାଇନି ଅନୁଯାୟୀ ପାଳନ କରାଯାଇଥିଲା । ଅନୁଷ୍ଠିତ ସଭାରେ ବୀରେନ୍ଦ୍ର ଭୂଷଣ ହୋତାସଭାପତିତ୍ୱ କରିଥିଲେ । କମିଟିର ସମ୍ପାଦକ ନଟବର ଆଚାର୍ଯ୍ୟ ବାଷିକ ବିବରଣୀ ପାଠ କରିଥିଲେ । କମିଟିର ସଭାପତି ସୋମନାଥ ଦାଶ ଓ କାର୍ଯ୍ୟନିର୍ବାହୀ ସଦସ୍ୟ ବାବନ ପଣ୍ଡା ଅସୁସ୍ଥ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ବର୍ଷକ ଯାକର ଆୟ ବ୍ୟୟର ହିସାବ କରାଯାଇଥିଲା । ପରେ ପରେ ସର୍ବସମ୍ମତି କ୍ରମେ ସୋମନାଥ ଦାଶ ସଭାପତି, ବୀରେନ୍ଦ୍ର ଭୂଷଣ ହୋତା ସାଧାରଣ ସମ୍ପାଦକ, ନଟବର ଆଚାର୍ଯ୍ୟ ସମ୍ପାଦକ ମନୋନୀତ ହୋଇଥିଲେ । ନବ କିଶୋର ହୋତା, ରମା ରଞ୍ଜନ ଶତପଥିୀ,ଜଗନ୍ନାଥ ପାଣି, ପ୍ରଫୁଲ ଦାଶ, ଚନ୍ଦ୍ର ପାଣି, ଜଗନ୍ନାଥ ପାଣି, ସତାତନ ଦାଶ, ସୁରେନ୍ଦ୍ର ହୋତା, ମାଧବପାଣି, ରବି ଦାଶ, ମହେଶ୍ୱର ଦାଶ ପ୍ରମୁଖ କାର୍ଯ୍ୟକାରୀ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଶେଷରେ ଉପସ୍ଥିତଥିବା ସଦସ୍ୟ ଓ ଯୁବକ ମାନଙ୍କୁ ପହିଲି ଭୋଗ ପ୍ରସାଦ ସେବନ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧/୨୦୨୨---୬,୫୫  Sakhigopal News, 14/1/2022

ads

Blog Archive

Popular Posts