ସତ୍ୟବାଦୀରେ ୨୪ଟି ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ଲଟକା ଜାରି
ସାକ୍ଷୀଗୋପାଳ--- ସତ୍ୟବାଦୀରେ ୨୪ ଗୋଟି ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଲଟକା ଜାରି କରାଯାଇଛି । ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ ୱାର୍ଡ ସଭ୍ୟସଭ୍ୟା ମାନଙ୍କ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବିଡିଓକ୍ଷୀରୋଦ କୁମାର ବେହେରାଙ୍କଠାରୁ ସୁଚନା ମିଳିଛି । ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ନିର୍ବାଚନ ସଂକ୍ରାନ୍ତୀୟ ନିର୍ବାଚନ ଅଧିକାରୀଙ୍କ ସୁଚନା ଅନୁଯାୟୀ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡିଛି । ଜିଲ୍ଳା ପରିଷଦ ପାଇଁ ବ୍ଳକ ଓ ଜିଲ୍ଲା କାର୍ଯ୍ୟାଳୟଠାରେ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରି ପାରିବେ ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧/୨୦୨୨---୧୦,୨୫
Sakhigopal News, 13/1/2022


