ads

Breaking News

ସାକ୍ଷୀଗୋପାଳ ମନ୍ଦିରରେ ୧୪୪ଜାରି ହେଲା

144 were issued at the Sakshigopala temple

ସାକ୍ଷୀଗୋପାଳ----- ବର୍ଷକ ଯାକ ସାକ୍ଷୀଗୋପିନାଥ ଗହମରେ ତିଆରି ବିଭିନ୍ନ ଭୋଗ ଖାଇଥାନ୍ତି । ମକରସଂକ୍ରାନ୍ତି ଦିନ ଠାକୁରଙ୍କ ପାଖରେ ଚାଉଳ ଭୋଗ ହେବାର ପରମ୍ପରା ରହିଛି । ମନ୍ଦିରରେ ଭକ୍ତଙ୍କର ଗହଳି ଲାଗିଥାଏ । ଏହାକୁ ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ତହସିଲଦାରଙ୍କ ପକ୍ଷରୁ ଶୁକ୍ରବାର ତଥା ମକରସଂକ୍ରାନ୍ତି ପର୍ବ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଜାରି କରାଯାଇଛି । କୌଣସି ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ଛଡାଯିବ ନାହିଁ । ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯିବ । ଠାକୁରଙ୍କ ନୀତିକାନ୍ତି ସହିତ ଯେଉଁ ସେମାୟତ ମାନେ ଜଡିତ ସେମାନଙ୍କୁ ମନ୍ଦିର ମଧ୍ୟକୁ ଯାଇପାରିବେ । ରାଜ୍ୟରେ କୋଭିଡି ସଂକ୍ରମଣ ଉପରମୁହଁ ହୋଇଥିବାରୁ ଏପରି ନିସ୍ପତି ଗ୍ରହଣ କରାଯାଇଛି ବୋଲି ତହସିଲଦାର ଜୟନ୍ତ କୁମାର ଜୟସିଂଙ୍କଠାରୁସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧/୨୦୨୨---୧୦,୨୫

Sakhigopal News, 13/1/2022

ads

Blog Archive

Popular Posts