ଭିତ୍ତିପ୍ରସ୍ତର ଫଳକ ଉନ୍ମୋଚନ ର ଦିନକ ପରେ , ଫଳକ ଭାଙ୍ଗିଲେ ଦୁର୍ବୃତ୍ତ
The day after the foundation plate was unveiled, the plaque was broken
ଭଞ୍ଜନଗର----- ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଫଳକ ଉନ୍ମୋଚନ ହୋଇଥିଲା । ଫଳକ ଉନ୍ମୋଚନର ୨୪ ଘଣ୍ଟା ନପୁରୁଣୁ କୈାଣସି ଦୁର୍ବୃତ୍ତ ଫଳକକୁ ଭାଙ୍ଗି ଦେଇଥିବା ଭଳି ଘଟଣା ଘଟିଛି ଭଂଜନଗର ବ୍ଳକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ । ଘଟଣା ଅନୁଯାୟୀ ସଂପୃକ୍ତ ପଞ୍ଚାୟତର କୋଟିବିରାଡି ଗାଁ ନିକଟ ବଡନଦୀ ଦକ୍ଷିଣ ପାର୍ଶ୍ଵ ବନ୍ୟା ନିୟନ୍ତ୍ରଣ ବନ୍ଧ ର ଉନ୍ନତିକରଣ ପାଇଁ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଗତ ୧୨ ତାରିଖ ରେ ଭରଚ୍ୟୁଆଲ୍ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୯ ତାରିଖରେ ଏହାର ଫଳକ ଉନ୍ମୋଚନ କରିଥିଲେ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଜଳସମ୍ପଦ ବିଭାଗ ପକ୍ଷରୁ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କୋଟିବିରାଡି ଗାଁ ଠାରୁ ମନ୍ଦାର ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଏକ ବୃହତ୍ ସ୍ବାର୍ଥ ସାଧନ ହୋଇପାରିବ । ଏନେଇ ସ୍ଥାନୀୟ ଅଞ୍ଚଳର ବାସୀ ବେଶ୍ ଖୁସି ପ୍ରକାଶ କରିଛନ୍ତି ।
ହେଲେ ଫଳକ ଉନ୍ମୋଚନର ଦିନକପରେ ଅର୍ଥାତ୍ ସୋମବାର ରାତିରେ କୈାଣସି ଅସାମାଜିକ ଲୋକ ଲାଗିଥିବା ଫଳକ ଭାଙ୍ଗି ସଂପୂର୍ଣ୍ଣ ନଷ୍ଟ କରିଦେଇଛି । ଯାହାକି ଏକ ହୀନ ମାନସିକତାର ପରିଚୟ ସୃଷ୍ଟି କରାଯାଉଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି । ଏକ ଜନହିତକର ଯୋଜନାର ଭିତ୍ତିପ୍ରସ୍ତର ଓ ଫଳକ ଉନ୍ମୋଚନ କାର୍ଯ୍ୟ ପ୍ରତି ଏଭଳି ନୀତି ପୋଷଣ କରାଯିବା ଏକ ଅସହିଷ୍ଣୁତାର ପରିଚୟ ସୃଷ୍ଟି କରାଯାଉଛି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଏସଂକ୍ରାନ୍ତରେ ସ୍ଥାନୀୟ କିଛି ନେତୃସ୍ଥାନୀୟ ବ୍ୟକ୍ତି ଭଞ୍ଜ ନଗର ଥାନା ପୋଲିସର ଦୃଷ୍ଟିକୁ ନେବାପରେ ଭଞ୍ଜ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । କାହାର ଏ କାର୍ଯ୍ୟ କିଏ ଏବଂ କାହାର ପ୍ରରୋଚନାରେ ଏଭଳି କାର୍ଯ୍ୟ ଘଟିଛି ତାକୁ ନେଇ ଏବେ ଉଭୟ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସଂଧାନୀ ଆଖି ଘୁରିବୁଲିବା ଆରମ୍ଭ ହୋଇଛି । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ । ତା'ପୂର୍ବରୁ ଯଦି ଉନ୍ନୟନ ମୂଳକ କାର୍ଯ୍ୟର "ଫଳକ ଭଙ୍ଗା ମାନସିକତା " ଉପୁଜେ , ତା'ହେଲେ ସାଧାରଣ ଭୋଟର ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବାକୁ ସଜବାଜ ହେଉଛନ୍ତି । ଏଭଳି କଥା ଏବେ ସ୍ଥାନୀୟ ଗାଁ ପୋଖରୀ ତୁଠରୁ ଆରମ୍ଭ କରି ନଈପଠା ରେ ଚାଲିଥିବା ଗୁଲିଖଟିରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧/୨୦୨୨----୮,୧୦ Sakhigopal News, 11/1/2021





