ads

Breaking News

ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ସହରର ସୈାନ୍ଦର୍ଯ୍ୟ ବଢାଇଛି,ଗୈାରୀନଗର ରାସ୍ତାର ଶୁଭାରମ୍ଭ କଲେ ସମାଜସେବୀ

State government's Mukta Yojana enhances the beauty of the city, social workers inaugurate Gaurinagar road


ଜଟଣୀ,---- ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ଜଟଣୀ ସହରର ସୈାନ୍ଦର୍ଯ୍ୟ ବଢାଇଛି । ବିଗତ ଦିନରେ ଜଟଣୀ ମ୍ୟୁନିସିପାଲିଟିର କାଉନସିଲରଙ୍କ ଦ୍ୱାରା ସହରାଞ୍ଚଳର କୈାଣସି କାର୍ଯ୍ୟ ହୋଇପାରିନଥିଲା ।  ସହରବାସୀ ସହରାଞ୍ଚଳ ସୁବିଧାରୁ ବଞ୍ଚିତ ହେଉଥିଲେ । ରାଜ୍ୟ ସରକାରଙ୍କ ଏହି ଉନ୍ନତି ଯୋଜନାକୁ କାର୍ଯ୍ୟକାରୀ କରି ଦେଶରେ ଜଟଣୀ ପୈାରପରିଷଦ ୬ନଂ ର‌୍ୟାଙ୍କରେ ରହିଥିବା ବେଳେ ରାଜ୍ୟସ୍ତରରେ ୧ନଂ ହୋଇଛି । ତେବେ ପୈାରପରିଷଦରେ ନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି ଯୋଗଦେବାପରେ ରାଜ୍ୟ ସରକାରଙ୍କ ସହରର ଉନ୍ନତିକରଣ କାର୍ଯ୍ୟକୁ ଆଗେଇ ନେଇଛନ୍ତି । ତେବେ ଏନେଇ ଜଟଣୀରେ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶଂସା କରାଯାଇଛି ।  ସରକାରଙ୍କ ଏହି ମୁକ୍ତା ଯୋଜନାରେ ରାସ୍ତାଘାଟ, ଘରଦ୍ୱାର, ଡ୍ରେନ, ଆଲୋକିକରଣ, ଶୈାଚାଳୟ, ଶ୍ମସାନ ଇତ୍ୟାଦି ରକ୍ଷଣାବେକ୍ଷଣ ଅଭାବରୁ ପଡିରହିଥିବା ସୈାନ୍ଦର୍ଯ୍ୟକରଣ ଇତ୍ୟାଦିର ପୁନରୁଧାର କାର୍ଯ୍ୟ ମଧ୍ୟ ସାମିଲ କରାଯାଇଛି । ଏନେଇ ଜଟଣୀବାସୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି କ୍ରମରେ ଆଜି ଜଟଣୀ ପୈାରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୪ ବାଛରା ଗ୍ରାମର ଗୈାରୀନଗର ପରିସରରେ ରହିଥିବା ଖାଲଖମା ରାସ୍ତାକୁ କଂକ୍ରିଟ ରାସ୍ତାଲାଗି କାର୍ଯ୍ୟାରମ୍ଭ ହୋଇଛି । ସମାଜସେବୀ ହେମନ୍ତ କୁମାର ସୁନ୍ଦରାୟ ଏହାକୁ ଆନୁଷ୍ଠାନିକଭାବେ ନଡିଆଭାଙ୍ଗି ଉଦଘାଟନ କରିଥିଲେ । ଗତ କିଛିଦିନ ପୁର୍ବେ ସମାଜସେବୀ ହେମନ୍ତ କୁମାର ସୁନ୍ଦରାୟଙ୍କ ନେତୃତ୍ୱରେ ବାଛରା ଗୈାରୀନଗର ବାସୀ ପୈାରନିର୍ବାହୀଙ୍କୁ ଭେଟି ପକ୍କା ରାସ୍ତାନିର୍ମାଣ ଲାଗି ଦାବି କରିଥିଲେ । ତେବେ ଏନେଇ ରବିବାର ମଧ୍ୟାହ୍ନରେ ସମାଜସେବୀ ହେମନ୍ତ କୁମାର ସୁନ୍ଦରାୟଙ୍କ ତତ୍ୱାବଧାନରେ ଠିକାଦାର ଏବଂ ଗ୍ରାମର ପୁରୁଖା ମହିଳାମାନଙ୍କ ଉପସ୍ଥିତିରେ ଏହି ରାସ୍ତାର ଶୁଭ ଉଦଘାଟନ କରିଥିଲେ । ଏଥିରେ ଗ୍ରାମର ଶତାଧୀକ ମହିଳା  ଉପସ୍ଥିତ ରହିଥିଲେ ଓ ଆଶିର୍ବାଦ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଠିକାଦାର ଭିକାରୀ ବେହେରା, ଜିବି ଶ୍ରୀନିବାସ,ଦିଲିପ କୁମାର ଜେନା,କୂଳମଣୀ ସାହୁ ପ୍ରମୁଖଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ । 

  ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୯/୧/୨୦୨୨---୭,୩୦   Sakhigopal News, 9/1/2022


ads

Blog Archive