ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ଗୁରୁତର
Two bikes collided head-on ଭଞ୍ଜନଗର--- ଭଞ୍ଜନଗର ସ୍ଥାନୀୟ ଥାନା ଅନ୍ତର୍ଗତ ଗ୍ରାମ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ୨ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ବାହାଡାପଦର ଗ୍ରାମ ମୋତିଲାଲ ବିଷୋୟୀ ,ବିରେନ୍ଦ୍ର ସାହୁଙ୍କ ଘର ନିକଟସ୍ଥ ମୁଜାଗଡ ଗ୍ରାମରେ ।ଖବର ନେବାରେ ମୋତିଲାଲ ବାହାଡାପଦରରୁ ପଥରା ଯାଉଥିବା ବେଳେ ବିପରୀତ ଦିଗରୁ ବିରେନ୍ଦ୍ର ମୁଜାଗଡରୁ କ୍ଷୀର ଧରି ବାହାଡାପଦର ଯାଉଥିବା ବେଳେ ମଙ୍ଗଳପୁରୁ ଗ୍ରାମ ନିକଟରେ ଏହି ଦୁଘଟଣା ହେବାରୁ ଉଭୟ ବାଇକ୍ ଚାଳକ ଛିଟିକି ପଡ଼ିଥିଲେ । ମୋତିଲାଲ ମୁଣ୍ଡରେ ଆଘାତ ଲାଗିଛି । ସେହିପରି ବିରେନ୍ଦ୍ର ଆଖିକୁ ଆଘାତ ଲାଗିବାରୁ ଉଭୟଙ୍କୁ ସ୍ଥାନୀୟ ଲୋକମାନେ ଉଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରିଥିଲେ । ମୋତିଲାଲର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି । ବିରେନ୍ଦ୍ର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧/୧/୨୦୨୨---୭,୫୫ Sakhigopal News,13/1/2022


