ads

Breaking News

ଭର୍ତ୍ତା ଟଙ୍କା ପଞ୍ଚାୟତରେ ଦେବାପାଇଁ ଦାବି

The claimant demanded that the money be paid to the panchayat.


ସାକ୍ଷୀଗୋପାଳ-----ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ୨୦ ଜଣରୁ ଅଧିକ ଭର୍ତ୍ତା ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ନ ଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କୁ  ଦେବାପାଇଁ  ସତ୍ୟବାଦୀ ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ଲିଖିତ  ଭାବେ ଜଣାଇଛନ୍ତି । ଦାବି କରିଛନ୍ତି । ତାଙ୍କ ଗ୍ରାମରେ କୌଣସି ବ୍ୟାଙ୍କର ଶାଖା ନାହିଁ । ଯାହା ଫଳରେକି  ଗାଡି ଭଡା କରି ସାକ୍ଷୀଗୋପାଳ ବ୍ୟାଙ୍କକୁ ଆସିବାକୁ ପଡୁଛି ।  ବ୍ୟାଙ୍କରେ ଧାଡିରେ ଠିଆ ହେବା ବହୁ କଷ୍ଟକର ହୋଇପଡିଛି ବୋଲି ବାଙ୍କନିଧି ମହାପାତ୍ର, ଧୁଳିରାମ ଜେନା, ନଟବର ଜେନା, ରତ୍ନାକର ଜେନା ପାର୍ବତୀ ଜେନା କହିଛନ୍ତି ।  ଦିବ୍ୟାଙ୍ଗ ଓ ବୟାସିଧିକ ହେତୁ ଧାଡିରେ ଠିଆ ହେବା ସେମାନଙ୍କ ପାଇଁ ଅସମ୍ଭବ ହୋଇପଡୁଛି ।  ସ୍ଥାନୀ ୟ ସରପଞ୍ଚଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କହିଥିଲେ ମଧ୍ୟ କୌଣସି ସୁଫଳ  ନ ମିଳିବାରୁ  ଶେଷରେ ହିତାଧିକାରୀ ମାନେ ବିଡିଓ ଶ୍ରୀ ବେହେରାଙ୍କୁ ଦେଖାହେବା ସହ ଲିଖିତ ଅଭିଯୋଗ  କରିଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୨/୨୦୨୧----୬,୧୫   

Sakhigopal News, 14/12/2021

ads

Blog Archive

Popular Posts