ଶୁକଳରେ ବିଜେପି ଦଳ ଛାଡି ବିଜେଡି ଦଳରେ ସାମିଲ ହେଲେ ୨୦ରୁ ଅଧିକ ଯୁବକ
More than 20 youths left the BJP and joined the BJD.
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ବାଁବରଡା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ ବିଜେଡି ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାଁବରଡା ଗ୍ରାମର ହୃଷିକେସ ସାହୁ, ଅଭିମନ୍ୟୁ ପରିଡା, ପ୍ରଦ୍ୟୁମ୍ନ ସାମନ୍ତରାୟ, ପ୍ରଦୀପ୍ତ ପରିଡା, ଅଜୟ ସ୍ୱାଇଁ, ବିମ୍ବାଧର ସାହୁ, ମଙ୍ଗୁଳୀ ସେଠୀ, ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ସହିତ ଅନେକ ଯୁବକ ମାନେ ବିଜେଡି ଦଳରରେ ସାମିଲ ହୋଇଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ରାଜନୀତି ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବଳିଷ୍ଠ ଦେତୃତ୍ୱକୁ ନଜର କରି ଏମାନେ ବିଜେପି ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଥିବା ଜଣାପଡିଛି । ବିଧାୟକ ଶ୍ରୀ ସମାନ୍ତରାୟ ଏହି ମିଶ୍ରଣ ପର୍ବ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି । ଏହି ମିଶ୍ରଣ ପର୍ବରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଦଳୀୟ ଉତ୍ତରୀୟ ଦେଇ ସେମାନଙ୍କୁ ଦଳରେ ସାମିଲ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମିତିସଭ୍ୟ ଜଳନ୍ଦର ସେଠୀ, ପଞ୍ଚାୟତର ଯୁବ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ଓ ପଞ୍ଚାୟତ ସମିତି ସଭାପତି ଓକିଲ ସେନାପତିଙ୍କ ସହିତ ଶତାଧିକ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୨/୨୦୨୧---୬,୧୦
Sakhigopal News, 14/12/2021


