ads

Breaking News

ଗାଁ କଲ୍ୟାଣ ସମିତି ପକ୍ଷରୁ ଦକ୍ଷତା ନିର୍ମାଣ ତାଲିମ ଓ ବିଶ୍ୱାସ ସମ୍ବନ୍ଧୀୟ ତାଲିମ ଶିବିର

Skills Building Training and Trust Training Camps on behalf of the Village Welfare Committee.


ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଚାଇଁପୁର ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ  ଗାଁ କଲ୍ୟାଣ ସମିତି ପକ୍ଷରୁ ଦକ୍ଷତା ନିର୍ମାଣ ତାଲିମ ଓ ବିଶ୍ୱାସ ସମ୍ବନ୍ଧୀୟ  ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ପଞ୍ଚାୟତର ସମସ୍ତ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହିତ ମହିଳା ସ୍ୱଂୟସହାୟକ ଗୋଷ୍ଠୀ , ଜନପ୍ରତିନିଧି ଓ ଗାଁ କଲ୍ୟାଣ ସମିତିର ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଡାକ୍ତର ତପନ କୁମାର ଦାଶ ଯୋଗ ଦେଇ ଗାଁ କଲ୍ୟାଣ ସମିତିର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୁତ ଆଲେଚନା କରିଥିଲେ । ଗାଁ ଲୋକମାନେ ଏହାକୁ ସରକାରଙ୍କ ଯୋଜନା ନଭାବି ନିଜ ସରକାର ଦେଇଥିବା ପ୍ରେସାହନ ରାଶିକୁ ସଦବ୍ୟବହାର କରିବା ସହ ନିଜ ନିଜ ଘରକୁ ଯେପରି ସ୍ୱଚ୍ଛ ରଖୁଛେ ସେହିପରି ନିଜ ନିଜ ସାହିକୁ ସ୍ୱଚ୍ଛ ରଖିବା ପାଇଁ ଯୁବକ, ଯୁବତୀ ମାନେ ଆଗେଇ ଆସିବାକୁ ସ୍ଥାନୀିୟ ସରପଞ୍ଚ ଶ୍ରୀ ପରିଡା  ନିବଦେନ କରିଥିଲେ । ସେହିପରି ଗାଁ ଲୋକମାନଙ୍କର କିଛି ସମସ୍ୟା ଓ ଅସୁବିଧା ସମ୍ପର୍କରେ ଆଲେଚନା କରାଯାଇ ଏହାର ଯଥାଶିଘ୍ର ସମାଧାନ କରାଯିବା ପାଇଁ ସରପଞ୍ଚ ଶ୍ରୀ ପରିଡା ମତବ୍ୟକ୍ତ କରିଥିଲେ । ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର  ସଂଯୋଜକ ବଳରାମ ପଟ୍ଟନାକୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 


ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୪/୧୨/୨୦୨୧---୬,୨୦ 

 Sakhigopal News , 14/12/2021

ads

Blog Archive

Popular Posts