ରଣପୁର ବି.ସି. ହାଇସ୍କୁଲରେ ପୋଷାକ ବିତରଣ ଉତ୍ସବ
Ranpur B.C. High school clothing distribution festival.
ରଣପୁର----- ନୟାଗଡ ଜିଲ୍ଲା ରଣପୁର ବି.ସି. ହାଇସ୍କୁଲରେ ସୋମବାର ପୋଷାକ ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ମୋ ସ୍କୁଲ ସଭାପତି ନବ କିଶୋର ରାୟ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଧବ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଦସ୍ୟ ଆଇନୀଜୀବୀ କୃପାସିନ୍ଧୁ ବେହେରା, ରଶ୍ମିତା ମାଝୀ, ସତ୍ୟବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ବିଧାୟକ ଶ୍ରୀ ପ୍ରଧାନ ଉପଦେଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା, ମୋଜା ବଣ୍ଟନ କରାଯାଇଥିଲା । ଶେଷରେ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ରଣପୁରରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ,୧୩/୧୨/୨୦୨୧----୭,୫୦ Sakhigopal News,13/12/2021