ads

Breaking News

ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ଵାରା “ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଘାଟିତ

Khordha Road Railway Zone inaugurates the "Inter-Departmental Day Night Tennis Ball Cricket Tournament".

ଜଟଣୀ --ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ (ECORSA), ଖୋର୍ଦ୍ଧା ରୋଡ୍, ଦ୍ୱାରା “ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁଣ୍ଣାମେଣ୍  ”ଉଦ୍ଘାଟିତ ହୋଇଯାଇଛ । ଏହି ଟୁର୍ଣ୍ଣାମେଣ୍ଟରେ  ର୍ଣ୍ଟ୍  ୧୯ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଜାରି ରହିବ | ଖୋର୍ଦ୍ଧା ରୋଡ୍ ମଣ୍ଡଳ ର ୧୨ ଟି ବିଭାଗର ରେଳ କର୍ମଚାରୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ରିଙ୍କେଶ ରୟ ଏବଂ ପୂର୍ବତଟ ରେଳର ମହିଳା କଲ୍ୟାଣ ସଂଗଠନ (ECORWWO), ଖୋର୍ଦ୍ଧା ରୋଡ଼ ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣ ପଟ୍ଟନାୟକ , ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର ଏବଂ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦଙ୍କ ଉପସ୍ଥିତି ରେ ଉଦଘାଟନ ହୋଇଯାଇଛି। ଅଂଶଗ୍ରହଣକାରୀ ଦଳମାନଙ୍କୁ ଶ୍ରୀ ରିଙ୍କେଶ ରୟ ଶୁଭେଚ୍ଛା ଜଣାଇବା ସହ କ୍ରୀଡ଼ା କାର୍ଯ୍ୟକଳାପ ଜାରି ରଖି, ନିଜକୁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରଖିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ମେକାନିକାଲ୍ ଏବଂ କାର୍ମିକ ବିଭାଗ ମଧ୍ୟରେ ପ୍ରଥମ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା  ।  ମେକାନିକାଲ୍ ବିଭାଗ ୭୦ ରନ୍ ରେ ଏହି ମ୍ୟାଚ୍ ଜିତିଥିଲା । ସମସ୍ତ ବିଭାଗ ମଧ୍ୟରେ ସମୁଦାୟ ୧୨ ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଫାଇନାଲ ମ୍ୟାଚ୍ ୧୯ ଡିସେମ୍ବର ୨୦୨୧ ରେ ଅନୁଷ୍ଠିତ ହେବ । ସମସ୍ତ ଟୁର୍ନାମେଣ୍ଟ ଗୁଡ଼ିକ  କ୍ରୀଡ଼ା ସଚିବ ଏମ. ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରୁଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୧୨/୨୦୨୧----- ୬,୩୦  Sakhigopal News,13/12/2021

ads

Blog Archive