ads

Breaking News

ରଘୁନାଥଜୀୟୁ ମନ୍ଦିରରେ ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି

The Raghunathjiyu Temple is the culmination of the World Peace Sacrifice.


ରଣପୁର----- ରଣପୁର ହରଚଣ୍ଡିସାହି ସ୍ଥିତ ରଘୁନାଥଜୀୟୁ ମନ୍ଦିରରେ  ୪ ଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞର ପୁର୍ଣ୍ଣାହୁତି ହୋଇଯାଇଛି । ୧୩ ବର୍ଷ ଧରି ଏହି ମହାଯଜ୍ଞ ଅନୁଷ୍ଠିତ ହୋଉଛି । ଅନୁଷ୍ଠାନ ପକ୍ଷରୁ ସମସ୍ତ ଭକ୍ତମାନଙ୍କୁ ବାଲ କ୍ଷୀରୀ ଓ ରାମ - ଖେଚୁଡ଼ି ପ୍ରସାଦ ବଣ୍ଟନ କରାଯାଇଥିଲା।  ସୂର୍ଯ୍ୟ ପୂଜା,ପରାୟଣ, ନାମ ସଂକୀର୍ତ୍ତନ, ସନ୍ଧ୍ୟା ଆଳତୀ, ସାନ୍ଧ୍ୟ ପ୍ରବଚନ ସହିତ ଗୋଧୂଳି ସମୟରେ ପୂର୍ଣ୍ଣାହୁତୀ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।  ଶ୍ରୀ ଅମୁଲ୍ୟ ତ୍ରିପାଠୀ ମାନସ ବ୍ୟାସ ରୂପେ ଯୋଗ ଦେଇ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ରଣପୁରର ବିଭିନ୍ନ ସାହିରୁ ଶ୍ରଦ୍ଧାଳୁ ଭକ୍ତମାନେ ଅଂଶ ଗ୍ରହଣ କରିଥିଲେ । ପ୍ରତିଦିନ ଅପରାହ୍ନରେ ରାମଚରିତ ମାନସ ପାରାୟଣ ପ୍ରବଚନ ଅନୁଷ୍ଠିତ ହେଉଥିଲା । ପୁର୍ଣ୍ଣାହୁତି ଦିବସରେ  ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଓ ଶିଶୁ ମାନଙ୍କୁ ପ୍ରସାଦ ପରିବଣ୍ଟନ କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଏହି ଯଜ୍ଞ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେ ।
 ରଣପୁରରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ,୧୩/୧୨/୨୦୨୧---୮,୦୫  
Sakhigopal News,13/12/2021

ads

Blog Archive

Popular Posts