ପ୍ରେମ ଘଟଣାକୁ ନେଇ ; ବେକରେ ଲୁଗା ଲଗାଇ ଯୁବତୀର ଆତ୍ମହତ୍ୟା
About the love affair; Suicide of a young woman with a cloth around her neck
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଚନ୍ଦ୍ରକୋଟ ବାଲିସାହି ଦଳିତ ବସ୍ତିର ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଘରେ ତାଙ୍କ ଭାଣେଜି ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥବା ଜଣାପଡିଛି । ଡେଲାଙ୍ଗ ଥାନା ଅନ୍ତର୍ଗତ ବଡ ବେଗୁନିଆପଡା ଗ୍ରାମର କାନ୍ତି ବେହେରା ନିଜ ମାମୁଁ ଘର ଚନ୍ଦ୍ରକୋଟ ବାଲିସାହିରେ ୧୫ ଦିନ ହେବ ଆସି ରହିଥିଲେ । ମାମୁଁ ଘରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥବା ଜଣାପଡିଛି । କାନ୍ତିଙ୍କ ବାପାଙ୍କ ଅଭିଯୋଗ କ୍ରମେ ସତ୍ôୟାଦୀ ଥାନା ଆଇଆଇସି ଦେବୀ ପ୍ରସଦା ପାତ୍ର ଏକ ଅପମୃତ୍ୟୁ କେସରୁଜ କରିବା ସହ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ପ୍ରେମ ବ୍ୟାପରକୁ ନେଇ ଝିଅ ଆତ୍ମହତ୍ୟା କରିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଅନ୍ୟପକ୍ଷେ ପ୍ରେମ ବ୍ୟପାରକୁ ନେଇ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥବା ପୋଲିସ ତଦନ୍ତ ସମୟରେ ସୁଚନା ମିଳିଥବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧୨/୨୦୨୧----୯,୨୦
Sakhigopal News, 13/12/2021


