ads

Breaking News

ବିଧାୟକ ଙ୍କ ଦ୍ବାରା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ

 Distribution of health cards by legislators.
ଭଞ୍ଜନଗର---ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ  ବଡବୋରସିଙ୍ଗି ପଞ୍ଚାୟତ ଠାରେ  ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଦ୍ଵାରା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ସୋମବାର ଦିନ ବଡ଼ବୋରସିଂ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଡବୋରସିଂ , କାଳିଆଗୁଡା , ସନ୍ଧିପଲ୍ଲୀ , ବାଙ୍କଲିଡି ଗାଁ ର ହିତାଧିକାରୀ ଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଡ଼ିଓ ଶଶିଭୁଷଣ ମହାପାତ୍ର , ସରପଞ୍ଚ ଜ୍ୟୋତିରାଜ ପାତ୍ର , ସରପଞ୍ଚ ପ୍ରତିନିଧି ଏସ୍ . ରାମେଶ୍ବର ପାତ୍ର , ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ , ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୁଞ୍ଜବିହାରୀ ନାୟକ ଙ୍କ ସମେତ ପଞ୍ଚାୟତ ଓ ବ୍ଳକ କର୍ମଚାରୀ ପ୍ରମୁଖ ଯୋଗଦେଇ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୨/୨୦୨୧---- ୧୦,୨୦ Sakhigopal News,14/12/2021

ads

Blog Archive

Popular Posts