ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ଅର୍ଥ ହେରଫେର; ବିଡିଓଙ୍କୁ ଅଭିଯୋଗ ,ତଦନ୍ତ ଆରମ୍ଭ
Narendrapur Gram Panchayat has misappropriated funds under the MNREGA scheme; Complaint to the video, the investigation is underway.
ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ୨୦୧୯-୨୦ ଓ୨୦୨୦ - ୨୧ ଆଥିକ ବର୍ଷରେ ୯୧ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବ୍ଳକ ପ୍ରଶାସନ ପକ୍ଷରୁ ଉକ୍ତ ପଞ୍ଚାୟତରେ ହିତାଧିକାରୀ ଚୟନ କରାଯାଇ କାର୍ଯ୍ୟଦେଶ ବଣ୍ଟନ କରାଯାଇଥିଲା । । ସରକାରଙ୍କ ନିୟମ ଅନୁସାରେ ମାଟି ଖେଳା ବାବଦରେ ମନରେଗା ଯୋଜନାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ମାତ୍ର କେତକ ହିତାଧିକାରୀ ଆବାସ ଯୋଜନାରେ ଘର କାମ କରିବା ଦୁଇ ବର୍ଷ ପରେ ବି ମନରେଗା ଯୋଜନାରେ କଟାଯାଇଥବା ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉନାହିଁ । ଯାହାକି ନେଇ ସେମାନେ ଅନେକଥର ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଜିଓଟେକ ଏପରିକି ବିଡିଓଙ୍କୁ ଜଣାଇଥିଲେ । ଜଣେ ହିତାଧିକାରିଙ୍କୁ ୧.୫୦ ହଜାରଟଙ୍କା ପ୍ରଦାନ କରାଯାଉଛି । ସେଥିମଧ୍ୟରୁ ପାଇଖାନା ପାଇଁ ୧୨ ହଜାର ଓ ମନରୋଗା ଯୋଜନାରେ ମାଟି ଖେଳା ପାଇଁ ୧୮ ହଜାର ଟଙ୍କା କଟାଯାଇ ରଖାଯାଉଛି । ୧୮ ହଜାର ଟଙ୍କା ପେମେଣ୍ଟ ହେବା କଥା । ଯାହା ଫଳରେକି ଦୁଇ ବର୍ଷ ଗତ କରିଯାଇଥିଲେ ମଧ୍ୟ ନ ମିଳିବାରୁ ବାଧ୍ୟ ହୋଇ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ନିକଟରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ସବେଶ୍ୱର୍ର ବାରିକ ପ୍ରଥମେ ଅଭିଯୋଗ କରିଥିଲେ । ବିଡିଓ ତଦନ୍ତ କରିବା ସମୟରେ ତାଙ୍କ କୋଡ ପରିବର୍ତ୍ତନ କରାଯାଇ ନୂତନ କୋର୍ଡରେ ଅର୍ଥ ହଡପ ହୋଇଥିବାର ଜଣାପଡିଥିଲା । ଏହି ଘଟଣା ଗ୍ରାମରେ ପଚାରିତ ହେବାପରେ ଧୁଳିରାମ ଜେନା, ପାର୍ବତୀ ଜେନା, ନଟବର ମହାପାତ୍ର, ରତ୍ନାକର ଜେନା, ହଳି ଜେନା, କମଳା ମହାପାତ୍ର ,କିଶୋର ମହାପାତ୍ର , ରସାନନ୍ଦ ବାରିକ,ପ୍ରମୁଖ ବିଡିଓଙ୍କ ପାଖରେ ସେମାନେ ଏହି ଅର୍ଥ ପାଇନଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ବିଡିଓଶ୍ରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ନୂତନ ଭାବେ ଏବିଡିଓ ପ୍ରବୀର ଦାଶ, ଏପିଓ ସନ୍ତୋଷ କୁମାର ନାୟକଙ୍କ ସହିତ ନରେନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି ପ୍ରତାପ ଚନ୍ଦ୍ର ଦାସ ମିଳିତ ଭାବେ ତଦନ୍ତ କରୁଥିବା ଜଣାପଡିଛି । ତଦନ୍ତ ପରେ ଯଦି ଅର୍ଥ ହଡପ କରାଯାଇଥିବା ତାହା ହେଲେ ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଶ୍ରୀ ବେହେରା କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୨/୨୦୨୧---୬,୩୦
Sakhigopal News, 14/12/2021


