ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ଶକ୍ତି ସଂରକ୍ଷଣ ସପ୍ତାହ ଏବଂ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ
Khordha Road Railway Zone celebrates Energy Conservation Week and National Energy Conservation Day.
ଜଟଣୀ ---ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ବୈଦ୍ୟୁତିକ ବିଭାଗ ଦ୍ଵାରା “ଶକ୍ତି ସଂରକ୍ଷଣ ସପ୍ତାହ” ପାଳନ କରାଯାଇଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳର ପ୍ରମୁଖ ରେଳ ଷ୍ଟେସନ ଏବଂ କାର୍ଯ୍ୟାଳୟଗୁଡ଼ିକରେ ଟ୍ରେନ୍ ଚଳାଚଳ ତଥା ସାଧାରଣ ବ୍ୟବହାରରେ ଶକ୍ତି ସଂରକ୍ଷଣ ବିଷୟରେ ପୋଷ୍ଟର ପ୍ରଦର୍ଶନ କରି ସଚେତନତା କରାଯାଇଛି । ଶକ୍ତି ସଂରକ୍ଷଣର ମହତ୍ତ୍ଵ ବିଷୟରେ କର୍ମଚାରୀ , ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଶକ୍ତି ସଂରକ୍ଷଣ ସପ୍ତାହର ଏକ ଅଂଶ ଭାବରେ, ୧୪ ଡିସେମ୍ବର ୨୦୨୧ ରେ “ଜାତୀୟ ଶକ୍ତି ସଂରକ୍ଷଣ ଦିବସ” ପାଳନ କରାଯାଇଥିଲା। ଏହି ଅବସରରେ କର୍ମଚାରୀମାନଙ୍କୁ ଶକ୍ତିର ମହତ୍ତ୍ଵ ତଥା ଶକ୍ତି ସଞ୍ଚୟ ପଦକ୍ଷେପ ବିଷୟରେ ଅବଗତ କରାଇବା ପାଇଁ, ଟ୍ରାଫିକ୍ କଲୋନୀ ସ୍ଥିତ ଇଲେକ୍ଟ୍ରିକାଲ ବ୍ରେକ ଡାଉନ୍ କାର୍ଯ୍ୟାଳୟ ରେ ଏକ ସେମିନାର୍ ଆୟୋଜିତ କରାଯାଇଥିଲା । କର୍ମଚାରୀମାନଙ୍କୁ ଶକ୍ତି ସଂରକ୍ଷଣ ଟିପ୍ସ ଅନୁସରଣ କରିବାକୁ ଏବଂ ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ରେଳ ବ୍ୟବହାରକାରୀଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଥିଲା। ସେମିନାରରେ ସେକ୍ସନ୍ ଇଞ୍ଜିନିୟର୍ସ, ଜୁନିୟର ଇଞ୍ଜିନିୟର୍ସ ଏବଂ ଇଲେକ୍ଟ୍ରିକାଲ୍ (ଜେନେରାଲ୍) ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ |
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୪/୧୨/୨୦୨୧---୭,୩୦
Sakhigopal News,14/12/2021




