ଚୋରା ଚାଲାଣ ବେଳେ ୨୧କେ.ଜି ଗଞ୍ଜେଇ ଜବତ, ୨ ଗିରଫ
21 kg of cannabis seized, 2 arrested during smuggling
ବଲାଙ୍ଗୀର--- ବଲାଙ୍ଗୀର ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜେଇ କାରବାର। ପୋଲିସ ପାଟ୍ରୋଲିଂ ବେଳେ ମଙ୍ଗଳବାର ତୁଷୁରା ଅଞ୍ଚଳରୁ ୨୧ କେ.ଜି ଗଞ୍ଜେଇ ଜବତ କରିଛି ପୋଲିସ। ଏକ ବାଇକ୍ ଯୋଗେ ୨ ଜଣ ଯୁବକ ଗଞ୍ଜେଇ ନେଇ ଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା। ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ଗିରଫ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳର ପ୍ରକାଶ ନାଏକ ଓ କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅଞ୍ଚଳର ମୁନୁ ତାଣ୍ଡି। ପୋଲିସ ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସଞ୍ଜିବ ପ୍ରଧାନ ସୂଚନା ଦେଇଛନ୍ତି।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୧୪/୧୨/୨୦୨୧----୭,୪୦
Sakhigopal News,14/12/2021



