ads

Breaking News

ୟୁ ବି ହାଇସ୍କୁଲରେ ଏନ୍‌ସିସି ତାଲିମ ଶିବିର ଓ ସ୍ବଚ୍ଛତା ଅଭିଯାନ

NBCC Training Camp and Transparency Campaign at UB High School.
ଭଞ୍ଜନଗର : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ଏନ୍‌ସିସି କ୍ୟାଡେଟ ମାନଙ୍କୁ ଡ୍ରିଲ୍   ଏବଂ  ଏନ୍‌ସିସି  ତାଲିମ ଶିବିର  ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ୨ ଓଡ଼ିଶା ବାଟାଲିୟନ୍ ଏନ୍‌ସିସି, ବ୍ରହ୍ମପୁର ର ପି. ଆଇ. ଷ୍ଟାଫ୍ ନାୟକ ମନ୍ ବାହାଦୁର କାମୁ ଯୋଗଦେଇଥିଲେ। ଡ୍ରିଲ୍ ପରେ ଆର୍ମୀ ସି. ଡି.ଏସ୍. ଜେନେରାଲ ବିପିନ୍ ରାଓ୍ବତ୍ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମେତ ଅନ୍ୟ ମାନଙ୍କୁ ନେଇ ଦୁଇ ମିନିଟ୍ ର ନିରବ ପ୍ରାର୍ଥନା କରାଯାଇଥିଲା ।
ଏନ୍‌ସିସି ଆର୍ମି ଅଫିସର ଶ୍ୟାମାପ୍ରସାଦ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନାଭାଲ୍ ଅଫିସର୍ କେଦାର ନାଥ ସେଠୀ,ଏୟାର୍ ଅଫିସର ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସ୍କାଉଟ୍ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ ସ୍ବଛ ଭାରତ କାର୍ଯ୍ୟକ୍ରମ କରା ଯାଇଥିଲା । ଏହି ଅବସରରେ ୨ ଓଡ଼ିଶା ବାଟାଲିୟନ୍ ଏନ୍‌ସିସି ଆର୍ମି ଅଫିସର ଶ୍ୟାମା
ପ୍ରସାଦ ମିଶ୍ର ଏକ ଚାରା ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୨/୨୦୨୧ ----୬,୧୦  Sakhigopal News,

ads

Blog Archive