ବଡ଼ମାଲ ଗୋଳାବାରୁଦ କାରଖାନା ରେ ଆଜାଦୀକି ଅମୃତ ମହୋତ୍ସବ ଉଦଘାଟିତ
The Azadiki Amrit Mahotsav has been inaugurated at the Badmal Ammunition Factory.
ବଲାଙ୍ଗୀର---- ୭୫ ତମ ସ୍ବାଧୀନତା ଦିବସ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳିତ ହେବାକୁ ଯାଉଅଛି।ଏହି ଅବସରରେ ଦେଶରେ ଥିବା ସମସ୍ତ ଗୋଳାବାରୁଦ କାରଖାନା ପରିସରରେ ତା.୧୩. ୧୨.୨୧ ରୁ ୧୯.୧୨.୨୧ ପର୍ଯ୍ୟନ୍ତ ସାର୍ବଜନୀନ ଗୋଳାବାରୁଦ ଉତ୍ପାଦନ ଗୁଡିକର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଗୋଳାବାରୁଦ କାରଖାନା ପରିସରରେ ଥିବା ଅଫିସର୍ସ କ୍ଳବର ସାର୍ବଜନୀନ ପ୍ରଦର୍ଶନ ଅନୁଷ୍ଠିତ ହେଉଅଛି।ଦେଶରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭରଚୁଆଲ ମୋଡ଼ରେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ପରେ ବଡ଼ମାଲ ଗୋଳାବାରୁଦ କାରଖାନା ର ମହା ପ୍ରବନ୍ଧକ ଅଜୟ ଇ.ସିଂ ଦୀପି ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ କୁ ଡିଜିଏମ ପ୍ରଭାସ ଭୋଇ ପରିଚାଳନା କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଏଡ଼ିଯିଏମ ଡା. ଏ.ଏସ.ଖାନ ଓ ଏସ ମଣ୍ଡଳ ଉପସ୍ଥିତ ଥିଲେ ।ପରେ ଅତିଥି ମାନେ ବଡ଼ମାଲ ଗୋଳାବାରୁଦ କାରଖାନା ରେ ନିର୍ମିତ ହେଉଥିବା ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶେଷରେ ୱ।କର୍ସ ମ୍ୟାନେଜର ଡିକେ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ଵ ସାଧାରଣଙ୍କ ମାନେ ଏହି କାର୍ଯ୍ୟକ୍ରମ କୁ ଦେଖି ପାରିବେ ବୋଲି ମହା ପ୍ରବନ୍ଧକ ପ୍ରକାଶ କରିବା ସହ ଆସନ୍ତା ୧୯ ତାରିଖରେ ଉଦଯାପିତ ହେବ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗ, ୧୩/୧୨/୨୦୨୧---୫,୫୦
Sakhigopal News,13/12/2021




