ads

Breaking News

ଗୋବରା ମେଡିକାଲ ରେ "ଧନ୍ବନ୍ତରୀ ଭଗବାନ" ଙ୍କ ମନ୍ଦିର ପ୍ରତିଷ୍ଠା

The inauguration of the "Dhanbantari Bhagavan" temple at Gobara Medical College.

ଭଞ୍ଜନଗର-- ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗୋବରା ସ୍ଥିତ  ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଭଗବାନ ଧନ୍ବନ୍ତରୀ ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ  କଳସ ଯାତ୍ରା , ଅଙ୍କୁରାରୋପଣ , ଅଧିବାସ , ମଣ୍ଡପ ପ୍ରବେଶ , କଳସ ସ୍ଥାପନ ,  ମନ୍ଦିର ପ୍ରତିଷ୍ଠା , ବିଗ୍ରହ ସ୍ଥାପନ , ଧନ୍ବନ୍ତରୀ ମହାମନ୍ତ୍ର  ହୋମ , ଯଜ୍ଞର ଆୟୋଜନ ହୋଇଥିଲା । ମେଡିକାଲ ପରିସରରେ ହୋଇଥିବା ଔଷଧୀୟ ଉଦ୍ୟାନ ପରିସରରେ , ଏଭଳି ମନ୍ଦିର ପ୍ରତିଷ୍ଠା କୁ ନେଇ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଅନୁଷ୍ଠିତ ପୂଜା ରେ ଅବସରପ୍ରାପ୍ତ ଆୟୁର୍ବେଦିକ ଚିକିତ୍ସାଧିକାରୀ ଡଃ ପ୍ରାଣଚାନ୍ଦ ପଣ୍ଡା ପୈ।ରହିତ୍ୟ କରିଥିଲେ । ହୋମ ଓ ପୂଜାପାଠ କୁ ଡଃ ଗଙ୍ଗାଧର ପଣ୍ଡା ଓ ସହଯୋଗୀ ବ୍ରାହ୍ମଣ ପଣ୍ଡିତ ଙ୍କ ସହଯୋଗରେ ପରିଚାଳନା କରିଥିଲେ ।  ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଏସ୍ .  ସନ୍ତୋଷ କୁମାର ପାତ୍ର , ଡଃ . ସନ୍ତୋଷ ବିଶ୍ୱାଳ , ରାଜୁ ନାୟକ ଙ୍କ ସମେତ ସମସ୍ତ କର୍ମଚାରୀ  ଓ ଷ୍ଟାଫ୍ ନର୍ସ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ । ମନ୍ଦିର ପରିସରରେ ଧନ୍ବନ୍ତରୀ ମନ୍ଦିର ପ୍ରତିଷ୍ଠା କରାଯିବା ଜିଲ୍ଲା ପାଇଁ ଦ୍ଵୀତୀୟ ବୋଲି ଡଃ . ଷଡ଼ଙ୍ଗୀ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୨/୨୦୨୧----୧୦,୨୦   Sakhigopal News,14/12/2021

ads

Blog Archive

Popular Posts