ads

Breaking News

ବାହାଡ଼ଝୋଲା ବୋମାମାଡ଼ ଘଟଣା ରେ ଦୁଇ ଗିରଫ , ଗୁରୁତର ପ୍ରଦୀପଙ୍କର ମୃତ୍ୟୁ

Two arrests, serious Pradeep's death in Bahadurzha bombing .

ଓଡଗାଁ:- ଓଡଗାଁ ଥାନା ଅନ୍ତର୍ଗତ ବାହାଡ଼ଝୋଲା ଠାରେ ଶୁକ୍ରବାର ସଂନ୍ଧ୍ଯା ରେ ହୋଇଥିବା ବୋମାମାଡ଼ ଘଟଣାରେ ଓଡ଼ଗାଁ ପୁଲିସ କୁ ବଡ ସଫଳତା ମିଳିଛି। କିନ୍ତୁ ବୋମାମାଡ଼ ରେ ଗୁରୁତର ହୋଇଥିବା ପ୍ରଦୀପ ନାୟକ (୩୪) ଙ୍କ ଚିକିତ୍ସାଧୀନ ଅବସ୍ଥା ରେ କଟକ ବଡ ମେଡିକାଲ ରେ ମୃତ୍ୟୁ ଘଟିଛି। ବୋମାମାଡ଼ ଘଟଣାରେ ମୃତ ପ୍ରଦୀପ ର ସାନଭାଇ ଦିଲ୍ଲୀପ୍ ନାୟକ ସହିତ ମନୋଜ ମହାରଣା ନାମକ ଜଣେ ଯୁବକଙ୍କୁ ଓଡ଼ଗାଁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୪ ଟି ଅଫୁଟା ବୋମା ସହ ଏକ ୟାମହା ବାଇକ ଜବତ କରିଛି। 
         ସୂଚନା ଅନୁସାରେ ବାହାଡ଼ଝୋଲା ମାଣିକପାଟଣା ର ଦୁଇଭାଇ ପ୍ରଦୀପ ନାୟକ ଓ ଦିଲ୍ଲୀପ୍ ନାୟକ ଙ୍କ ପୂର୍ବରୁ ପାରିବାରିକ କଳହ ରହିଥିଲା। ତେଣୁ ପ୍ରତିଷୋଧ ପରାୟଣ ହୋଇ ସାନଭାଇ ଦିଲ୍ଲୀପ ବଡ଼ ଭାଇ ପ୍ରଦୀପ ଉପରକୁ ବୋମାମାଡ଼ କରିଥିଲା। ବୋମାମାଡ଼ର ଶିକାର ହୋଇ ପ୍ରଦୀପ ଗୁରୁତର ହୋଇ ପଡ଼ିଥିଲା । ବୋମାମାଡ ଖବରପାଇ ଓଡ଼ଗାଁ ପୋଲିସ ପହଞ୍ଚି ପ୍ରଦୀପ କୁ ଓଡ଼ଗାଁ ମେଡିକାଲ କୁ ଚିକିତ୍ସା ପାଇଁ ନେଇଥିଲା। ପରେ ତାକୁ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ପରେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥା ରେ ପ୍ରଦୀପ ର ମୃତ୍ୟୁ ଘଟିଛି। ଏନେଇ ପୁଲିସଗିରଫ କରିଥିବା ଦୁଇ ଅଭିଯୁକ୍ତ କୁ ପୁଲିସ ୧୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। 

Two arrests, serious Pradeep's death in Bahadurzha bombing:-ଓଡ଼ଗାଁରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ,
:-୬/୧୧/୨୧------୧୦,୪୦
 Sakhigopal News,6/11/2021

ads

Blog Archive