ads

Breaking News

ପୂର୍ବତନ ପିପିସି ସଭାପତିଙ୍କ ଓଡ଼ଗାଁ ଗସ୍ତ

Former PPC president's Odgaon visit


ଓଡ଼ଗାଁ:- ପୂର୍ବତନ ପିପିସି ସଭାପତି ପ୍ରସାଦ ହରିଚନ୍ଦନ ଆଜି ଓଡ଼ଗାଁ ଗସ୍ତ ରେ ଆସିଛନ୍ତି। ପ୍ରସାଦ ହରିଚନ୍ଦନ ପ୍ରଥମେ ଶରଣକୁଳ ଲଡୁବାବା ଦର୍ଶନ ପରେ ଓଡ଼ଗାଁ ଆସି ଶ୍ରୀ ରଘୁନାଥ ଜୀଉଙ୍କ ଦର୍ଶନ କରିଥିଲେ ଏବଂ ରଘୁନାଥ ମନ୍ଦିରର କାରୁକାର୍ଯ୍ୟ ଦେଖି ପ୍ରଶଂସା କରିଥିଲେ। ପରେ ଦଳୀୟ କର୍ମୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର କରିଥିଲେ। ଗସ୍ତ ବେଳେ ସାଥିରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଓଡ଼ଗାଁ ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଏନଏସି ସଭାପତି ଜଗନ୍ନାଥ ରାୟ, ମନ୍ଦିର ପରିଚାଳନା କମିଟିର ସଦସ୍ଯ ଜିତେନ୍ଦ୍ର କୁମାର ମିଶ୍ର  ପ୍ରମୁଖ ଦଳୀୟ ନେତା ଉପସ୍ଥିତ ଥିଲେ। 
Former PPC president's Odgaon visit

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
:- ୭/୧୧/୨୧------୧୦,୩୦
 Sakhigopal News,7/11/2021

ads

Blog Archive