ads

Breaking News

ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର , ୪୪ୟୁନିଟ୍ ରକ୍ତ ସଂଗୃହୀତ

Voluntary blood donation camps, 4 units of blood collected ।
ବରଗଡ ----ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ତାଙ୍କ ଗ୍ରାମ ଭାଙ୍ଗକୁଦ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିର କୁ ସ୍ବର୍ଗତା ଧର ଙ୍କ ସ୍ଵାମୀ ଭୁବନେଶ୍ବର ଧର ଫିତା କାଟି ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁଜନତା ଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିବା ସହ ସ୍ୱର୍ଗତା ଧର ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଶିବିର ରୁ ବୁର୍ଲା ଭଣ୍ଡାର ଦ୍ୱାରା ସର୍ବମୋଟ୍ ୪୪ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଏଥିରେ ୧୨ଜଣ ମହିଳା ରକ୍ତ ଦାନ କରିଥିବା ବେଳେ ତିନିଯୋଡ଼ା ପତି ପତ୍ନୀ ରକ୍ତ ଦାନ କରିଥିଲେ।ସ୍ୱର୍ଗତା ଶୈଳବାଳା ଧର ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିଲେ । ଯେଉଁ ଥିରେ ଦୁଇ ଜଣ ଅନ୍ଧ ଦୁନିଆଁ ର ରଙ୍ଗୀନ ଆଲୋକ ଦେଖିଲେ ତା ସହ ତାଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ତାଙ୍କ ସ୍ବାମୀ ଭୁବନେଶ୍ବର ଧର, ପୁଅ ପ୍ରଦୀପ ଧର, ଝିଅ ସୁନିତି ଧର ଙ୍କ ସମେତ ପୁରା ପରିବାର ବର୍ଗ ଙ୍କୁ ସ୍ୱର୍ଗତା ଙ୍କ ଉଦ୍ୟେଶ ରେ MOMENTO ଓ ମାନପତ୍ର ଦେଇ ନିଷ୍ଠା ପରିବାର ତରଫ ରୁ ମରଣୋତ୍ତର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର ରେ ନିଷ୍ଠା ପରିବାର ର ଉପଦେଷ୍ଠା ଉମେଶ ପ୍ରଧାନ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ଚିତ୍ର ପ୍ରଧାନ,ଲୋକନାଥ ସାହୁ, ହେମାଞ୍ଚଲ ସାହୁ, ଶତ୍ରୁଘ୍ନ ସାହୁ, ଲିଙ୍ଗରାଜ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ। 
Voluntary blood donation camps, 4 units of blood collected ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୧/୨୦୨୧----୯,୨୫ 
 Sakhigopal News,6/11/2021

ads

Blog Archive

Popular Posts