ads

Breaking News

ଘୁମୁସର ଜିଲ୍ଲା ଦାବୀ ଆନ୍ଦୋଳନକୁ ନେଇ ବରିଷ୍ଠ ନାଗରିକ ମଞ୍ଚର ବୈଠକ

A meeting of the Senior Citizens' Forum on the Ghumsa district demand movement
 ଭଞ୍ଜନଗର--- ଆଜି ମଧ୍ୟାହ୍ନରେ ସ୍ଥାନୀୟ ନାୟକ ଭବନ ଠାରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକଙ୍କ ସଭାପତିତ୍ୱ ରେ  ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି. ।ଏହି ବୈଠକରେ ପ୍ରଶାନ୍ତ କୁମାର ମହାନ୍ତି, ଅଭିମନ୍ୟୁ ଭୁୟାଁ ବାଳକୃଷ୍ଣ ପାଢ଼ୀ, ସନ୍ତୋଷ କୁମାର ମିଶ୍ର,ଶିବ ପ୍ରସାଦ ସୁବୁଦ୍ଧି, ଲଡ଼ୁକେଶ୍ୱର ପ୍ରଧାନ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । ବୈଠକରେ ଘୁମୁସର ଜିଲ୍ଲା ଦାବୀ ଆନ୍ଦୋଳନ କୁ ବ୍ୟାପକ କରାଯିବ. ବୁଗୁଡ଼ା, ବାଲିପଦର, ଗୋବରା ଜଗନ୍ନାଥ ପ୍ରସାଦ ଓ ସୋରଡ଼ା ର ବରିଷ୍ଠ ନାଗରିକ ମଞ୍ଚ ମାନଙ୍କ ସହାୟତାରେ ପ୍ରତ୍ୟେକ ଅଂଚଳ ର ଛାତ୍ର, ଯୁବକ କୃଷକ ଶ୍ରମିକ, ବଣିକ ଓ ବୁଦ୍ଧିଜୀବୀ ମାନଙ୍କୁ ଏକାଠି କରି ଏ ଆନ୍ଦୋଳନକୁ ତୀବ୍ରତର କରାଯିବ । ଆନ୍ଦୋଳନ ର ବାର୍ତ୍ତା କୁ ସହରରୁ ପୁରପଲ୍ଲୀ ପଂହଁଚାଇବା ପାଇଁ ଦଶହଜାର ପ୍ରଚାର ପତ୍ର ଓ ଏକ ହଜାର ପ୍ରାଚୀର ପତ୍ର ଛପାଯାଇ ବଣ୍ଟନ କରାଯିବା ପାଇଁ ନିଷ୍ପତି ହୋଇଛି । ଆଗ୍ରହୀ ବ୍ୟକ୍ତି ମାନଙ୍କୁ ନେଇ ଏକ ଟିମ ବିଭିନ୍ନ ଜାଗାକୁ ଯାଇ ଯୋଗାଯୋଗ କରିବାକୁ ନିଷ୍ପତି ହୋଇଛ। ବୈଠକ ଶେଷରେ କୋଷାଧକ୍ଷ ବ୍ରଜ ଗୋପାଳ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।A meeting of the Senior Citizens' Forum on the Ghumsa district demand movement
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୧/୨୦୨୧---୧୦,୪୫   
Sakhigopal News, 7/11/2021

ads

Blog Archive