ads

Breaking News

ସତ୍ଯବାଦୀରେ ଭିନ୍ନକ୍ଷମ ନ ମିଳିବାରୁ ବ୍ଳକ ପ୍ରଶାସନ ପୁରୀ ସଦରରେ ପାଳନ କଲା

ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ୨୪ ଟି ପଞ୍ଚାୟତରେ ଜଣେ ବି ଭିନ୍ନକ୍ଷମ ନଥିବାରୁ  ସତ୍ୟବାଦୀ ବ୍ଳକ ପ୍ରଶାସନ  ପୁରୀ ସଦର ଅନ୍ତର୍ଗତ ଚନ୍ଦନପୁରସ୍ଥିତ ଶ୍ରୀ ନୃସିଂହଦେବ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ବୀରପ୍ରତାପପୁର କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ ସୋମବାର ଦିନ ପାଳନ କରିଛି  ।  ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସଶ୍ମିତା ପ୍ରଧାନ,ସମ୍ମାନୀୟ ଅତିଥିଭାବେ ସତ୍ୟବାଦୀ ବିଡିଓ ଡଃ ଗୌରବ ପ୍ରଧାନ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ପାତ୍ର,ସ୍ୱାଦ ଅନୁଷ୍ଟାନର ସମ୍ପାଦିକା ବୀଣାପାଣି ମିଶ୍ର,ଉପାଧ୍ୟକ୍ଷ ବିକ୍ରମ ଜେନା  ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ଅବସରରେ ଜାତିସଂଘର ନିର୍ଦେଶକ୍ରମେ ୧୯୯୨ମସିହା ଠାରୁ ସାରା ପୃଥିବୀରେ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି । ଏହି  ଦିବସ ପାଳନ ସମ୍ପର୍କରେ ଅତିଥିମାନେ ଅଲୋକପାତ କରି୍ଥିଲେ  । ସକ୍ଷମଙ୍କ ପରି  ଭିନ୍ନକ୍ଷମ ସେମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ବୋଲି ଅତିଥି ମାନେ କହିଥିଲେ  । ବିଭିନ୍ନ ବିଷୟରେ ପ୍ରଥମ,ଦ୍ମିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ୧୮ଜଣ ଭିନ୍ନକ୍ଷମ ଶିଶୁମାନଙ୍କୁ ଅତିଥିମାନେ  ପୁରସ୍କୃତ କରିଥିଲେ  ।  ଭିନ୍ନକ୍ଷମ ଶିଶୁମାନଙ୍କ ଦ୍ୱାରା ପ୍ରଦର୍ଶିତ ନାଚ ଏବଂ ସଙ୍ଗୀତ କାର୍ଯ୍ୟକ୍ରମ  ବେଶ ମନମୁଗ୍ଧକର ଥିଲା  ।  ଏହି କାର୍ଯ୍ୟକ୍ରମକୁ  ମୋନାଲିସା ମହାପାତ୍ର  ପରିଚାଳନା କରିଥିଲେ । ସବୁଠାରୁ ଆଚାର୍ଯ୍ୟ ଲାଗୁଛି ସତ୍ୟବାଦୀର ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ଚାହିଁନଥିବା ବେଳେ ବିଧାୟକ ମଧ୍ୟ ଚାହିଁନଥିଲେ  । ସତ୍ୟବାଦୀର ଭିନ୍ନକ୍ଷମ ଏମାନେ ସମାଜ ସୋତ୍ରରେ ସାମିଲ ହେବାର ଅଧିକାର ରାଜ୍ୟ ସରକାର ଦେଇ ନାହାନ୍ତି ସେଥିଯୋଗୁ ପୁରୀ ସଦରରେ ଜିଲ୍ଲାପାଳ ସତ୍ୟବାଦୀ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜନସାଧାରଣରେ ଆଲେଚନା ହେଉଛି  । ସବୁ ଜାଣି ମଧ୍ୟ ବିଧାୟକ କିପରି ବ୍ଳକ ପ୍ରଶାସନକୁ ପୁରୀରେ ଭିନ୍ନକ୍ଷମ ପାଳନ ପାଇଁ ଅନୁମତି ଦେଲେ ତାହା ସତ୍ୟବାଦୀର ଭିନ୍ନକ୍ଷମ ମାନେ ଚିନ୍ତା କରୁଛନ୍ତି । ରାଜ୍ୟ ସକରାରଙ୍କ ପାଖରୁ ଭିନ୍ନକ୍ଷମ ଦିବସ ପାଳନ ପାଇଁ ଯେଉଁ ଅର୍ଥ ଆସିଥିଲା ତାହା ଏବେ କାହା ପକେଟକୁ ଗଲା ତାହା ଏବେ ସତ୍ୟବାଦୀରେ ଆଲେଚନାର ବିସୟ ବସ୍ତୁ ହୋଇ ପଡିଛି । ଆଗାମୀ ଦିନରେ ଏହି ଭିନ୍ନକ୍ଷମ ମାନେ ଜବାବା ନିଶ୍ଚୟ ଦେବେ ବୋଲି କହିଲେଣି  । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Sakhigopal eta janbi vina

ads

Blog Archive

Popular Posts