ads

Breaking News

ପିପିଲି ବ୍ଳକରେ ଆରମ୍ଭ ହେଲା ପିଠା କାର୍ଯ୍ଯକ୍ରମ

ପିପିଲି--- ପିପିଲି ବ୍ଲକର ଚାରୋଟି ପଞ୍ଚାୟତରେ ପିଠା ଯୋଜନା ଅନୁଷ୍ଠିତ ହୋଇଯାଇଛି । ଭାରତିପୁର ପଞ୍ଚାୟତରେ ପିଠା ଯୋଜନାରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ,ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାନସ ଦାସ,ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,ସରପଂଚ ସୈାଭାଗିନି ନନ୍ଦ,ସମିତି ସଭ୍ୟ ହରି ମାଝି,ବିଡିଓ ପିପିଲି ଶ୍ୟାମ ସୁନ୍ଦର ଟୁଡୁ   ଯୋଗ ଦେଇା କର୍ଯ୍ୟେକ୍ରମର ଶୁଭାରମ୍ଭ  କରିଥିଲେ  । ବିଡିଓ ଭାରତିପୁର ପଞ୍ଚାୟତ ଠାରେ ଅନୁଷ୍ଠିତ ସଭାକୁ ପରିଚାଳନା କରିିଥିଲେ  । ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁଛି କି ନାହିଁ  ତଦାରଖ କରିବାକୁ ରାଜ୍ୟ ସରକାର ପିଠା ଯୋଜନା ପ୍ରଣୟନ କରିଛନ୍ତି । ସରକାରଙ୍କ ଯୋଜନା ମଧ୍ୟରେ ଯେଉଁମାନେ ସାମିଲ ହୋଇ ନାହାନ୍ତି ସେମାନେ ପିଠା କାର୍ଯ୍ୟକ୍ରମରେ ଦରଖାସ୍ତ କରି ନିଜକୁ ସାମିଲ କରି ପାରିବେ ବୋଲି ଅତିଥି ମାନେ କହିଥିଲେ  । ଏହି ଯୋଜନା ପ୍ରତି ପଞ୍ଚାୟତରେ କରାଯିବ ।  ଏହି କାର୍ଯ୍ୟକ୍ରମ  ଡିସେମ୍ବର ୧୫ରୁ ଆରମ୍ଭ ହୋଇ ୨୦ତାରିଖ ଶେଷ ହେବ ।  ପିପିଲି ବ୍ଲକରେ ଆଜି ଭାରତିପୁର,ସହଜପୁର,ରୁପଦେଇପୁର ଓ ଚନ୍ଦ୍ରଦେଇପୁର ପଞ୍ଚାୟତରେ ପିଠା ଯୋଜନା ଅନୁଷ୍ଠିତ ହୋଇଯାଇଛି । ପିଠା ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ କଳାକାର ଭତ୍ତା,ମଧୁସୁଦନ ପେନସନ ଯୋଜନା ବଣ୍ଟନ, ରାଶନ କାର୍ଡ, ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା  ପାଲା,ସଂକିର୍ତ୍ତନ,ଦାସକାଠିଆ , ସଭା, ଟିଭି ଓ ବିଭିନ୍ନ ଷ୍ଟଲ ମାଧ୍ୟମ ଦ୍ୱାରା ଜନସଚେତନ କରାଯାଇଥିଲା ।  ସମସ୍ତ ପଞ୍ଚାୟତ ର ପିଠା ଯୋଜନାକୁ ପରିଚାଳନା କରିବା ପାଇଁ ସୁପରଭାଇଜର  ଭାବେ ବାସୁଦେବ ଘଡେଇ ଓ ତଦାରଖ କରିବା ପାଇଁ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରି ଦିପକ କୁମାର ଜେନାଙ୍କୁ  ନିଯୁକ୍ତି କରାଯାଇଥିବା ସୂଚନା ମିଳିଛି । 

ପିପିଲିରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts