ads

Breaking News

ବିଦ୍ଯାଳୟରେ ଶିକ୍ଷକ ଅଭାବକୁ ନେଇ କେକେଡିଏ କାର୍ଯ୍ଯାଳୟରେ ପିଲା ପକାଇଲେ ତାଲା

ବାଲିଗୁଡା ---- -ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ବେଲଘର ରାଙ୍ଗାପାରୁ ଭାରତ  ସରକାରଙ୍କ ମନ୍ତ୍ରାଳୟ ସହାୟତା ଦ୍ବାରା  ପରିଚାଳିତ ଏଜୁକେସନାଲ କମ୍ପେକ୍ସ ହାଇସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ମାନେ ଏକ ରାଲିରେ ଆସି କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ବେଲଘର କାଯ୍ୟାଳୟରେ ତାଲା ପକାଇବା ସହିତ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି  । ବତ୍ତମାନ ଅଷ୍ଟମ,ନବମ,ଦଶମ କ୍ଳାସରେ ହିନ୍ଦୀ,ଗଣିତ,ବିଜ୍ଞାନ,କମ୍ପୁଟର ଭଳି ଗୁରୁତ୍ବ ବିଭାଗରେ ଚାରିଜଣ ଶିକ୍ଷକ ଅଭାବ ହେତୁ ଶିକ୍ଷାଦାନ ବିପଯ୍ୟସ୍ତ ହୋଇଥିବା ଛାତ୍ରଛାତ୍ରୀ ମାନେ କହନ୍ତି । ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାରୁ କାମଚଳା ଭାବରେ ଏକ ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଅଫିସ କାଯ୍ୟରେ ଭାରି ଅସୁବିଧା ହୋଉଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି ।ସରକାର ଓ ପ୍ରଶାସନ କୁଟିଆ କନ୍ଧ ଜନଜାତି ପାଇଁ ଶିକ୍ଷାର ବିକାଶରେ କୋଟିକୋଟି ଟଙ୍କା ଖର୍ଚ କରୁଥିବା ବାହାବା ନେଉଥିବାବେଳେ ବେଲଘର ଭଳି ଅନୁନ୍ନତ,ପଛୁଆ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୋଜନା ଖୋଲାଯାଇ ଏହାର ଉନ୍ନତି ଉପରେ ଧ୍ୟାନନଦେବା ପରିତାପର ବିଷୟ ବୋଲି ବୁଦ୍ଧିଜିବୀ ମାନେ ମତ ପ୍ରକାଶ କରିଛନ୍ତି  ।ଏହି ବିଷୟରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଅଧିକାରିଙ୍କ ସହିତ ଫୋନଯୋଗେ ଯୋଗାଯୋଗ କରିବାରୁ ସେ କହିଥିଲେ ଛାତ୍ରଛାତ୍ରୀ ମାନଙ୍କ ସମସ୍ତ ଯୁକ୍ତି ଯୁକ୍ତ  ଅଟେ ଏ ବିଷୟରେ ମୁଁ  ଜିଲ୍ଲାପାଳଙ୍କୁ ଜଣାଇଛି ବୋଲି କହିଥିଲେ ।  ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ମଧ୍ୟ ପିଲାମାନେ ଶୁଣୁନଥିବା ଜଣାପଡିଛି  । ଏପଟେ ଦାବୀ ପୂରଣ ନହେଲା ପଯ୍ୟନ୍ତ ଅଫିସ ଓ ସ୍କୁଲ ଫାଟକରେ ତାଲା ଖୋଲାଯିବ ନାହିଁ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି  ।
ବାଲିଗୁଡାରୁ ବନବାସି ପ୍ରଧାନ ଓ କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive