ads

Breaking News

ପିପିଲି ଓ ଡେଲାଙ୍ଗ ବ୍ଳକରେ ବିଶ୍ବ ମୃତ୍ତିକା ଦିବସ ପାଳିତ

ପିପିଲି/ଡେଲାଙ୍ଗ -ପିପିଲି ବ୍ଲକ ର ଜଗନ୍ନାଥପୁର ପଂଚାୟତ ରେ  କୃର୍ଷି ବିଭାଗର ତରଫରୁ ବିଶ୍ୱ ମୃର୍ତ୍ତିକା ଦିବସ ପାଳନ ହୋଇଛି ।ଏହି ଅବସରରେ ଜଗନ୍ନାଥ ପୁର ପଂଚାୟତର ମା ଚମ୍ପାଦେଇ ଠାକୁରାଣି ପିଠରେ ଚାଷି ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ପିପିଲି ଆତ୍ମା ଅଧକ୍ଷ  ଧରଣିଧର ସାହୁ ,କୃର୍ଷି ଉପନିର୍ଦ୍ଦେଶକ ପୁରୀ ମଣ୍ଡଳ ଏସ ଚନ୍ଦ୍ର ଶେଖର ରାଓ,ସହକାରି କୃର୍ଷି ଅଧିକାରି ପିପିଲି ରାକେଶ କୁମାର ରାଉତ,ବିଟିଏମ ପିପିଲି ଉମାକାନ୍ତ ଦଳେଇ,ଗ୍ରାମ୍ୟ କୃର୍ଷି ଅଧିକାରି ଲୋପା ମୁଦ୍ରା ବଢେଇ,କୃଷକ ସାଥି ଶ୍ରୀଧର ବାରିକ ପ୍ରମୁଖ ଏହି ବୈଠକରେ ବିଶ୍ୱ ମୃର୍ତ୍ତିକା ଦିବସରେ  ଚାଷି ମାନଙ୍କୁ ମାଟି ର ଯତ୍ନ ନେବା କୁ ପରାମର୍ଶ ଦେଇଥିଲେ । ମାଟିର ଯତ୍ନ ନେଲେ ଫସଲ ଅମଳ ଦୁଇଗୁଣିିତ ହେବ ବୋଲି  କୃଷି ଅଧିକାରୀ ମାନେ କହିଥିଲେ । ସେହିପରି ଡେଲାଙ୍ଗ ବ୍ଲକ ବେରବୋଇ ପଞ୍ଚୀୟତର ଗଉଡସାହି ଠାରେ ବିଶ୍ୱ ମୃର୍ତ୍ତିକା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ଥିବା ଚାଷୀ ମାନଙ୍କୁ କୃଷି ଅଧିକାରୀ ମାନେ କହିଥିଲେ ପ୍ରତି ତିନି ବର୍ଷରେ ଥରେ ମାଟି ପରୀକ୍ଷା କରିବା ସହ କୃଷି ବୈଜ୍ଞାନିକ ମତ ଅନୁଯାୟୀ ବା ମାଟିର ଗୁଣ ଅନୁଯାୟୀ ସାର ପ୍ରୟୋଗ କଲେ ଚାଷୀ ସଠିକ ଲାଭବାନ ହୋଇପାରିବ ବୋଲି ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ  । ଏହି ବୈଠକରେ ବେରବୋଇ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି କୈଳାଶ ସ୍ୱାଇଁ,ସମିତିସଭ୍ୟ ଅଭିମନ୍ୟୁ ରାଉତ କୃର୍ଷି କ୍ଷେତ୍ର ବିଜ୍ଞାନି ଶୁଭେନ୍ଦୁ ନାୟକ,ପିୟୁଷ ବଲ୍ଲଭ ପରିଡା,ସହକାରୀ କୃଷି ଅଧିକାରି ସୋନାଲି ମିଶ୍ର ଓ ରାକେଶ କୁମାର ରାଉତ,ବିଟିଏମ ଜ୍ଞାନ ରଂଜନ ହରିଚନ୍ଦନ ଓ ଗ୍ରାମ୍ୟ କୃଷି କର୍ମଚାରି ବନ୍ଦିତା ଦାସ ପମୁଖ ରହି ବିଶ୍ୱ ମୃତ୍ତିକା ଦିବସ ଉପରେ ଚାଷି ମାନଙ୍କୁ ପରାମର୍ଶ ଦେବା ସହ ସଚେତନ କରାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି ଓ ପିପିଲିରୁ ବିଜୟ ମହାପାତ୍ର 

ads

Blog Archive

Popular Posts