ads

Breaking News

ଝିଲିମିନଣ୍ଡା ସେବା ସମବାୟ ସମିତି ଲି ର ସଭାପତି ହେଲେ ହରେକୃଷ୍ଣ


ବରଗଡ଼--- ବରଗଡ ଜିଲ୍ଲା ଅତାବିରା ବ୍ଲକ ଝିଲିମିନଣ୍ଡା ସେବା ସମବାୟ ସମିତି ଲି ର ପତ୍ରାପାଲି ଅଫିସ ଠାରେ ସମବାୟ ସମିତି ର ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନିର୍ବାଚନ ଅଧିକାରୀ ଭାବେ ମୁକେଶ ସେଟ ଏଥିରେ ତାଙ୍କୁ ସହଯୋଗ କରିଥିଲେ ସଂପାଦକ ସୁବାଷ ଚନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ସଭାପତି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ହରେକୃଷ୍ଣ ପ୍ରଧାନ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ନିୟମ ଅନୁଯାୟୀ ସମୟସୀମା ମଧ୍ୟରେ କେହି ପ୍ରାର୍ଥୀ ପତ୍ର ଦାଖଲ ନ କରିବାରୁ ଫଳରେ ହରେକୃଷ୍ଣ ପ୍ରଧାନଙ୍କୁ ସଭାପତି ଭାବେ ଘୋଷଣା କରାଯାଇଥିଲା । ଏହି ସମୟରେ ହରେକୃଷ୍ଣ ପ୍ରଧାନ ଙ୍କ ସମର୍ଥକ ମଧ୍ୟ ରେ ଆନନ୍ଦ ଉଲ୍ଲାସ ର ଲହରୀ ଖେଳି ଯାଇଥିଲା। ପ୍ରଥମେ ହରେକୃଷ୍ଣ ଝିଲିମିନଣ୍ଡା ଆସି ମାଁ ସମଲେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ତାପରେ ସମର୍ଥକ ମାନେ ଝିଲିମିନଣ୍ଡା ଗ୍ରାମ ସହିତ ବିଭିନ୍ନ ଗ୍ରାମ ରେ ଶୋଭଯାତ୍ରାରେ ପାଛୋଟି ନେଇ ଥିଲେ। ଏଥିରେ ହରେକୃଷ୍ଣ ପ୍ରଧାନ ନିଜର ସମର୍ଥକ, ହିତକାଂକ୍ଷି ଓ ଶୁଭେଚ୍ଛୁ ମାନଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୭/୨୦୨୨----- ୬,୨୦    Sakhigopal News,12/7/2022

ads

Blog Archive

Popular Posts