ads

Breaking News

ସାକ୍ଷୀଗୋପାଳ କଲେଜରେ ସ୍ବତନ୍ତ୍ର ସେମିନାର

Special seminar at Sakshigopala College.
   
ସାକ୍ଷୀଗୋପାଳ----- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ +୩ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଏକ ସ୍ବତନ୍ତ୍ର ପାଠ୍ୟଚକ୍ର ଓ ପ୍ରକଳ୍ପ ଉପସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ବ କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗର ଦଶଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ସେମାନଙ୍କ  ର ନିଜସ୍ୱ ପ୍ରକଳ୍ପ ସମ୍ବନ୍ଧରେ ମତ ଉପସ୍ଥାପନ କରିଥିଲେ।
ବିଭାଗର ମୁଖ୍ୟ ତଥା ପ୍ରାଧ୍ୟାପକ ସତ୍ୟ ଶିବ ସୁନ୍ଦର ମିଶ୍ର ଏହି ସେମିନାରକୁ ସଂଯୋଜନା କରିଥିଲେ। ପ୍ର. ଧନୁର୍ଦ୍ଧର ମୁଦୁଲି, ପ୍ର. ଶଙ୍କର ପ୍ରସାଦ ମିଶ୍ର, ପ୍ର. ସ୍ୱର୍ଣ୍ଣଲତା ମାହାରୀ, ପ୍ର. ଜ୍ୟୋତି ରଞ୍ଜନ ରଥ ପ୍ରମୁଖ ପଦାର୍ଥ ବିଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍କୃତ ବିଭାଗର ମୁଖ୍ୟା ପ୍ର. ସୁଜାତା ମହାପାତ୍ର ଓ ବଡ଼ବାବୁ ଶ୍ରୀ ରାଜକିଶୋର ପତି ନିଜର ସ୍ବମତ ଉପସ୍ଥାପନ କରିଥିଲେ। ଅଧ୍ୟକ୍ଷ ଡ଼ଃ ପରିଡ଼ା ନିଜର ସଭାପତି ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ନିଜର ପିତାମାତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଘ୍ରଊୂ ପାଠ୍ୟଚକ୍ର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ବିଭାଗୀୟ ମୁଖ୍ୟ ପ୍ର. ମିଶ୍ର ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୭/୨୦୨୨----୬,୫୫   Sakhigopal News,10/7/2022

ads

Blog Archive