ads

Breaking News

ନୂତନ ଲଫଫା ଓ ପୋଷ୍ଟକାର୍ଡ ଉନ୍ମୋଚ



ଭଞ୍ଜନଗର-ଭାରତୀୟ ଡାକସେବା ତରଫରୁ ଆଜି ଦେଶ ବ୍ୟାପି ନୂତନ ଭାବେ ଲଫାଫା ଓ ପୋଷ୍ଟକାର୍ଡ ଉନ୍ମୋଚିତ ହୋଇଯାଇଛି। ଓଡ଼ିଶା ଡାକସେବା ମଣ୍ଡଳ ତରଫରୁ ଆସିକା ଡାକସେବାମଣ୍ଡଳ ଭଞ୍ଜନଗର ମୁଖ୍ୟ ଡାକ ଘରେ ଏହି ଉନ୍ମୋଚନ ଉତ୍ସବ ପାଳନ ହୋଇଥିଲା।ଏହି ଅବସରରେ ବରିଷ୍ଠ ନାଗରିକ ମଂଚ ସଭାପତି ସୋମନାଥ ନାୟକ ମୂଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ନାୟକ,ଆସିକା  ମଣ୍ଡଳ ଇନ୍ସପେକ୍ଟର କ୍ରିଷ୍ଣାନନ୍ଦ, ଶ୍ରମିକ ନେତା ହରେକୃଷ୍ଣ ସାହୁ,ଆଇନଜୀବୀ ସନ୍ତୋଷ ପାଳ, ନିତ୍ୟାନନ୍ଦ ନାଥ ଶର୍ମା ମୁଖ୍ୟ ଡାକପାଳ ଯୋଗଦେଇ ଥିଲେ। ଶେଷରେ ଶମ୍ବନାଥ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୭/୨୦୨୨---୮,୫୦    Sakhigopal News,3/7/2022

ads

Blog Archive

Popular Posts