ଓଟକୁ ଛାଡି ମାଲିକ ଫେରାର,ଭୋକରେ ଦିନ କାଟୁଛି ଓଟ, ସବୁ ଦେଖି ନ ଦେଖିଲା ପରି ବନ ବିଭାଗ
Leaving the camel, the owner returns, the camel is starving, the forest department seems to have not seen it all.
ବଲାଙ୍ଗୀର----- ଆଜିର ଆଧୁନିକ ଯୁଗରେ ଏ ମଣିଷ ନିଜର ମାନବିକତା ହରାଇ ଦେଇଛି । ଯେତେବେଳେ ଆବଶ୍ୟକ ପଡ଼ିବା ସମୟରେ ବହୁ ଆଦର ।ବୟସ ବଢ଼ିଗଲା ପରେ ଓ ରୋଗ ବୈରାଗ ହୋଇଗଲେ ଘରୁ କାଢ଼ି ଦିଅନ୍ତି ଆଜିର ଏମଣିଷ । ଠିକ ଏକ ଓଟର ଅବସ୍ଥା ବର୍ତ୍ତମାନ ସେହିପରି ହୋଇପଡିଛି । ହଜାର କିଲୋମିଟର ଚାଲି ଚାଲି ଗାଁ ଗାଁରେ, ବିଭିନ୍ନ ଯାତ୍ରା ସମୟରେ ଲୋକଙ୍କ ମନରଞ୍ଜନ କରିଥାଏ ଓଟ।ସେଥିପାଇଁ ତ ଶହ ଶହ କିଲୋମିଟର ଧରି ଚାଲି ଚାଲି ଆସି ଥାଏ ଏହି ଓଟ। କିନ୍ତୁ ଓଟର ବୟସ କମିଯାଇଥିବାରୁ ମାଲିକ ଛାଡି ଫେରାର ହୋଇଯାଇଛି।ମୁଣ୍ଡ ଓ ପିଠିରେ ଘା ମଧ୍ୟ ହୋଇଯାଇଛି।ଓଟର ମାଲିକ ବୋଧେ ମାନବିକତା କୁ ଭୁଲି ଯାଇଛି। ଦିନଥିଲା ତାର ପିଠିରେ ବସିକି କିଛି ଟଙ୍କା ରୋଜଗାର କରୁଥିଲା ତାର ବୟସ ବଢି ଯାଇଛି ବୋଲି ଛାଡି ଦେଇ ଫେରାର ମାରିଛି ତାର ମୁରବି । ଏହାକୁ ନେଇ ସ୍ଥାନୀୟ ଯୁବଗୋଷ୍ଠୀ, ବୁଦ୍ଧି ଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।କିନ୍ତୁ ଲୋକଙ୍କୁ ଦେଖିଲେ ପାଖକୁ ଯାଉ ନଥିବା ବେଳେ ମାଲିକ ବାଟକୁ ଚାହିଁ ଅନାଇ ବସିଛି ଓଟ।ଦୟନୀୟ ଅବସ୍ଥାରେ ପଡି ରହିଥିବା ବେଳେ ଓଟର ଆଖିରୁ ଲୁହ ଝର ଝର ବୋହି ଚାଲିଛି । ସୁଚନା ଯୋଗ୍ୟ ଯେ ଗତ କିଛି ଦିନ ହେଲା ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ର ବିଭିନ୍ନ ଗାଁକୁ ୩ ଜଣ ବ୍ୟକ୍ତି ୩ ଟି ଓଟ ଆଣି ଗାଁ ଗାଁରେ ଓଟ କୁ ଦେଖାଇ ମନରଞ୍ଜନ କରୁଥିଲେ। ଓ ପଇସା ନେଉଥିଲେ । ହେଲେ ଗତକାଲି ଠାରୁ ସେମାନଙ୍କ ର ଦେଖା ଦର୍ଶନ ମଧ୍ୟନାହିଁ। କିଛି ସ୍ୱେଚ୍ଛାସେବୀ ମାନେ ଗୋଟିଏ ଓଟ ମୂର୍ମୁଷ ଅବସ୍ଥାରେ ଦେଖିବା ପରେ ବନ ବିଭାଗ କୁ ଖବର ଦେଇଥିଲେ । ହେଲେ ବନ ବିଭାଗ ଉଦ୍ଧାର କରିବା ପାଇଁ ସିଧାସଳଖ ମନା କରିଦେଲା ବୋଲି ସ୍ୱେଚ୍ଛାସେବୀ ମାନେ ଅଭିଯୋଗ କରିଛନ୍ତି।ହେଲେ ଓଟଟି ଗୃହ ପାଳିତ ପଶୁ ହୋଇନ ଥିବା ବେଳେ ବନ ବିଭାଗ ମନା କରିଦେଇଛି।ସବୁଠୁ ଦୁଃଖ ର ବିଷୟ ଯେ,ବଲାଙ୍ଗିର-କଳାହାଣ୍ଡି ଜିଲ୍ଲା ର ସୀମା ତୁଣ୍ଡଳା ରେ ସକାଳେ ରହୁଥିବା ବେଳେ ସନ୍ଧ୍ୟାରେ ବେଲଗା ରେ ଆଶ୍ରୟ ନେଇଥିବା ଓଟଟି ଜଣାପଡିଛି।ତେବେ ଜିଲ୍ଲା ପ୍ରଶାସନ ଓଟକୁ ଉଦ୍ଧାର କରି ଓଟର ମାଲିକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।
ବଲାଙ୍ଗିରରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୯/୧/୨୦୨୨---- ୩,୫୦ Sakhigopal News,9/1/2022




