କେନ୍ଦ୍ରିୟ ଅଧିକାର ସୁରକ୍ଷା ସମିତିର ବୈଠକ
Meeting of the Central Committee for the Protection of Rights
ବଲାଙ୍ଗୀର----- ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କନ୍ଧକେଲଗାଁ ପଞ୍ଚାୟତରେ ମାନବ ସୁରକ୍ଷା ସମିତି ର ବୈଠକ ଅନୁଷ୍ଠିତ ହେଇଯାଇଛି । ୍ ସ୍ଥାନୀୟ କନ୍ଧକେଲଗାଁ ବଜାର ସମ୍ମୁଖରେ ଏକ ସଭା ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ମାନବସୁରକ୍ଷା ସମିତି ଜିଲ୍ଲା ସଭାପତି ମୋହନ ସୁନା, ସରୋଜ କୁମାର ସୁନା ,କୁମାରୀ ଭୋଇ ବ୍ଲକ ସଭାପତି ସହ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅଞ୍ଚଳରେ ଅନେକ ବ୍ୟକ୍ତି ସରକାରି ଯୋଜନାରୁ ବାଦ ପଡୁ ଥିବା କହିଛନ୍ତି । ଅନ୍ୟ ପଟେ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟ କୁ ଲୋକମାନେ କହିଥିଲେ । ଆଗାମୀ ଦିନ ରେ ସଂଘ ଲୋକଙ୍କ ସମସ୍ୟ ସମାଧାନ କରିବା ପାଇଁ ଚେଷ୍ଟା କରିବ ବୋଲି ସଂଘ ବ୍ଲକ ସଭାପତି କୁମାରୀ ଭୋଇ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସର୍ଗିପାଲି, ଜଳିଆ, ଗୁର୍ଡମାଲ, ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ ,୮/୧/୨୦୨୨----୪,୩୫
Sakhigopal News,8/1/2022



