ads

Breaking News

ଓବିସି ସଂରକ୍ଷଣରେ ଦାବିରେ ସଇଁନ୍ତଲା ବ୍ଳକ କାର୍ଯ୍ୟଳୟ ଆଗରେ ବିକ୍ଷୋଭ

 Protests in front of the Saintala block office demanding OBC protection.
ବଲାଙ୍ଗୀର----- ସରକାର ଓବିସି  ମାନଙ୍କୁ ଅଣଦେଖା କରିବା ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଯାହାକୁ ରାଜ୍ୟ ର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଛି। ତେବେ ଆଜି ଓବିସି ସଂରକ୍ଷଣରେ ଦାବିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ଯ୍ୟଳୟ ଆଗରେ ଜିଲ୍ଲା ଓବିସି ମୋର୍ଚ୍ଚାର ସଭାପତି ଅକ୍ଷୟ ରଣାଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଦଳ ବରିଷ୍ଠ ନେତା ମହେନ୍ଦ୍ର କୁମାର ଠାକୁର ସମେତ ବିଜେପି ର ଶତାଧିକ କର୍ମୀ ଯୋଗ ଦେଇଥିଲେ । ରାଜ୍ୟ ପାଳ ଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ବିଡ଼ିଓ ଚନ୍ଦ୍ରମଣୀ ନାଗ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଥାନା ଅଧିକାରୀ ଅବନୀ ସାହୁ ଙ୍କ ସମେତ ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ।    
  ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ, ୮/୧/୨୦୨୨ --- ୧୧,୩୫   
Sakhigopal News,8/1/2022

ads

Blog Archive