ads

Breaking News

ନିର୍ବାଚନ ସଂରକ୍ଷଣ ଦାବି ରେ ଜିଲ୍ଲା ସାରା ଆନ୍ଦୋଳନ

Protests erupted across the district demanding election protection.
ବଲାଙ୍ଗୀର---   ବଲାଙ୍ଗୀର ଜିଲ୍ଲା ରେ ପଞ୍ଚାୟତ ନିର୍ବାଚନ ରେ ସଂରକ୍ଷଣ ଦାବି ରେ ସମଗ୍ର ଜିଲ୍ଲା ରେ ଆନ୍ଦୋଳନ ଜାରି ରହିଥିବା ଦେଖିବାକୁ ମିଳିଛି  । ୫ ଦିନ ଧରି ଜିଲ୍ଲା ବିଭିନ୍ନ ବ୍ଲକ ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ରେ ଆନ୍ଦୋଳନ ଜାରି ରହିଛି । କେତେବେଳେ ଆଦିବାସୀ ସଂଘ ଆନ୍ଦୋଳନ କରିଛି ତ କେତେବେଳେ ଓବିସି ଆନ୍ଦୋଳନ କରୁଛି । ତେବେ ଆଜି ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ପଟେ ବିଜେପି ଓବିସି ମୋର୍ଚ୍ଚା ଆନ୍ଦୋଳନ କରିଛି । ଓବିସି ମୋର୍ଚ୍ଚା ପକ୍ଷରୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦାବି ରେ ଦାବି ପତ୍ର ପ୍ରଦାନ କରି ଆନ୍ଦୋଳନ କରିଛି । ଅନ୍ୟ ପଟେ ଜିଲ୍ଲା ଆଦିବାସୀ ସଂଘ ଗାଁ କୁ ଗାଁ ଯାଇ ଆନ୍ଦୋଳନ କରୁ ଥିବା ଦେଖିବାକୁ ମିଳିଛି । ଆଜି ଆଦିବାସୀ  ସଂଘ ପକ୍ଷରୁ ଜିଲ୍ଲାର ବିଭିନ୍ନ ପଞ୍ଚୟତ କାର୍ଯ୍ୟାଳୟ ରେ ତାଲା ମାରିବା ସହ ପୋଷ୍ଟେର ମାରିଛି । ଆଦିବାସୀ ସଂଘ ଗାଁ ରେ ଲୋକ ଙ୍କୁ ସଚେତନ କରିବା ସହ ନିଜର ହକ ମାଗିଛ । ତେବେ ଜିଲ୍ଲା ରେ ଆଜି  ପଞ୍ଚାୟତ ନିର୍ବାଚନ ତାଲିକା ପ୍ରକାଶ ପାଉ ଥିବା ଜଣାପଡିଛି । ଅନ୍ୟ ପଟେ ଓବିସି ମଧ୍ୟ ଆଗକୁ ଆନ୍ଦୋଳନ କୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ।  

ବଲାଙ୍ଗୀରରୁ ରଞ୍ଜନ କୁମାର ବାଗ  ଙ୍କ ରିପୋର୍ଟ,୮/୧/୨୦୨୨---- ୧୧,୨୫ 
 Sakhigopal News, 8/1/2022

ads

Blog Archive