= ଓଡିଶୀ ଗୁରୁ ଲିଙ୍ଗରାଜ ବେହେରାଙ୍କ ମୃତ୍ୟୁରେ ନୃତ୍ୟୁ ଅନୁଷ୍ଠାନ ଗୁଡିକରେ ଶୋକର ଛାୟା ଖେଳିଯାଇଛି
The death of Odissi guru Lingaraj Behera has cast a shadow of mourning over the dance institutions
ସାକ୍ଷୀଗୋପାଳ ---- ସତ୍ୟବାଦୀ ଆଜି ଜଣେ ଓଡିଶୀ ଓମଦ୍ଧଳ ବାଦକ ଗୁରୁଙ୍କୁ ହରାଇଛି । ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ତାଙ୍କର ଘର । ୧୯୪୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଆଜି ତାଙ୍କର ଶ୍ରୀମରାଚନ୍ଦ୍ରପୁର ବାସଭବନରେ ପରଲୋକ ହୋଇଯାଇଛି । ସେ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଠାରୁ ଡିଶୀ ଶିକ୍ଷା କରିବା ସହ କଟକ ସ୍ଥିତ କଳା ବିକାଶ କେନ୍ଦ୍ରରେ ଓଡିଶୀ ଓ ମଦ୍ଦଳ ଶିକ୍ଷା ଶେଷ କରି ବାଲେଶ୍ୱରରେ ନୃତ୍ୟ କଳା ମନ୍ଦିର ଅନୁଷ୍ଠାନରେ ଶିକ୍ଷକ ଭାବେ ଶିକ୍ଷା ଦାନ ଦେଇଥିଲେ । ସ୍ୱଗତ ଲିଙ୍ଗରାଜ ବେହେରା ପୁରୀ ଜିଲ୍ଲା ନୁହେଁ କଟକ, ବାଲେଶ୍ୱର, ପୁରୀ, ଭୁବନେଶ୍ୱର ସହିତ ବିଭିନ୍ନ ସଂଗୀତ ମହାବିଦ୍ୟାଳୟ ସହିତ ଜଡିତ । ତାଙ୍କ ଘର ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ । ଗୁରୁ ଲିଙ୍ଗରାଜ ପୁରୀ ଅନ୍ନପୂର୍ଣ୍ଣା ବି ଗ୍ରଫୁର ଜଣେ ସକିୟ କଳାକାର । ସେ ମଧ୍ୟ ଗୁରୁ କେଳୁଚରଣ ମହାପାତ୍ର ୨୦୧୮ ମସିହାରେ ସମ୍ମାନୀତ ହୋଇଥିଲେ । ବିଭିନ୍ନ ସଂଗୀତ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନୀତ ହୋଇଛନ୍ତି । ବିଶେଷ କରି ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟର ଜଣେ ଓଡିଶୀ ଗୁରୁ ଭାବେ ବେଶ ପରିଚିତ ଥିଲେ । ପୁରୀ ଜିଲ୍ଲାରେ ଜଣେ ଦକ୍ଷ ଓଡିଶୀ ଗୁରୁ ହରାଇଲା ବୋଲି ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ସମ୍ପାଦକ ବିଦ୍ରୀନାରାୟଣ ଖୁଣ୍ଠିଆ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧/୨୦୨୨----୧୦,୧୫
Sakhigopal News, 8/1/2022


